#Breaking News

ଆଠଗଡ ସାହିତ୍ୟ ସମାଜର ବିଷୁବ କବିତା ଆସର ଅନୁଷ୍ଠିତ, ମନୋରମା ଥିଲେ କବିତାର ବିନ୍ଧାଣି


ଆଠଗଡ(ଉଲାପ୍ର)ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଆଠଗଡ ସାହିତ୍ୟ ସମାଜର ବିଷୁବ କବିତା ଆସର ସ୍ଥାନୀୟ ଝୁଲଣ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି,ଏହି ଅବସରରେ କବୀ ମନୋରମା କବିତା ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା, ଅନୁଷ୍ଠାନ ର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ, ସମାଲୋଚକ ପ୍ରଫେସର ଡ଼ଃ ନାରାୟଣ ପଣ୍ଡା ଯୋଗଦେଇ କହିଲେ ମନୋରମା ମହାପାତ୍ର ଥିଲେ କବିତାର ବିନ୍ଧାଣି, ସେ ତାଙ୍କ ଯିବ ଦସାରେ ୪୮୦ ଗୋଟି କବିତା ପୁସ୍ତକ ଆକାରରେ ପ୍ରକାଶ କରିଥିଲେ,ଯୋଉ ଆଠଗଡ ମାଟିରେ ସେ ଜନ୍ମଗ୍ରହଣ କରିଥିଲେ ସେହି ଆଠଗଡ ମାଟି ପାଇଁ ସେ ସଦାବେଳେ ଗର୍ବ ଅନୁଭବ କରନ୍ତି ବୋଲି ପ୍ରକାଶ କରିଥିଲେ ଡ଼ଃ ପଣ୍ଡା,ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ସିଡିଏମଓ ଡ଼ଃ ଭୁବନାନନ୍ଦ ଦାସ,ସମ୍ମାନିତ ଅତିଥିଭାବେ ଜିମସାର ର ମୁଖ୍ୟ ଚିକିସ୍ଥା ଅଧିକାରୀ ଡ଼ଃ ପଦ୍ମଚରଣ ଦାଶ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ସ୍ଵର୍ଣଲତା ରଥ କବୀ ମନୋରମା ମହାପାତ୍ରଙ୍କ ଉପରେ ନିଜର ଅନୁଭୂତି ବର୍ଣନା କରିଥିଲେ।ପ୍ରାରମ୍ଭରେ ମନୋରମାଙ୍କ ପାଇଁ ସାହିତ୍ୟ ସମାଜ ତରଫରୁ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ସଙ୍ଗୀତକାର ଗୁରୁଦତ ନାୟକ ସଙ୍ଗୀତ ପରିଚାଳନା ରେ ବିଷୁବ ସଂକ୍ରାନ୍ତି ଅବସରରେ ବନ୍ଦନା ଗାନ କରିଥିଲେ।ଅନୁଷ୍ଠାନର ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ଶେଷରେ ସଭ୍ୟ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *