#Breaking News

ମନରେଗା କାମରେ ଦୁର୍ନିତୀ ,ମଣିଷ ବଦଳରେ ମେସିନ କରୁଛି କାମ


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲାରେ ମହତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ରେ କେବଳ ଜବକାର୍ଡ ଧ।ରି ହିତାଧିକାରୀମାନେ କାମ କରିବା ଲାଗି କେନ୍ଦ୍ର ସରକାରଙ୍କସ୍ପଷ୍ଟ ନିର୍ଦ୍ଦେଶ ରହିଛି। ହେଲେ ଏ ସବୁ ନିତି ନିୟମ ନିର୍ଦ୍ଦେଶକୁ ସିଧାସଳଖ ଫୁ କରି ଜେସିବି ମେସିନ ଲଗାଇ ସ୍ପଷ୍ଟ ଦିବାଲୋକରେ କାମ ହେଉଛି । ଅଭିଯୋଗ କଲେ ଶୁଣୁନି ପ୍ରଶାସନ।
ଏଭଳି ଅଭିଯୋଗ ଆସିଛିକନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକରୁ।
ଏହି ବ୍ଳକ ଅନ୍ତର୍ଗତ କଖାରୁ 6 ଝ।ଲାପଞ୍ଚାୟତର ଘାଟି ଗୁଡ଼ା ଗ୍ରାମରେ ଏକ ପୋଖରୀ ଖୋଳା ଯାଉଛି । ଯାହାକି ମେ ସିନ ସବୁ କାର୍ଯ୍ୟକରୁଥିବା ଦେଖିବାକୁ ମିଳୁଛି ।
ଜଣେ ଜବକ ।ର୍ଡ ଧ।ରି ଶ୍ରମିକଙ୍କୁ ନିୟୋଜିତ କରାଯାଉନଥିବା ଦୃଢଅଭିଯୋଗ ହେଉଛି ।
ଅଭିଯୋଗ କଲେ ଲୋକଙ୍କୁ ଯନ୍ତ୍ରୀ ଓ ଜେ ସିବି ମାଲିକ ମିଶି କୁ ଆଡେ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି ।
ଏହି କାର୍ଯ୍ୟ ଦେଖିବା ଲାଗି କୌଣସି ପଦସ୍ତ ଅଧିକାରୀମାନେ କରେ ।ନା ସଂକ୍ରମଣ ବାହାନା କରି ଯାଉନଥିବା ଫଳରେ ଯନ୍ତ୍ରୀ କୁ ବେଶ ସୁବିଧା ହେଉଛି । ଆଉ ଯନ୍ତ୍ରୀ ଠିକାଦାର ମିଶି ଲୁଟି ନେଉଛନ୍ତି ସରକାରୀ ଅର୍ଥ ।
କେବଳ ଏହି ଗୋଟିଏ କାମ ନୁହେଁ ବ୍ଳକ ପକ୍ଷରୁ ମନରେଗାରେ ଖୋଳା ଯାଉଥିବା ସବୁ ପୋଖରୀ ଓ ଅନ୍ୟ କାମରେ ମଧ୍ୟ ଶ୍ରମିକ ବଦଳେ ମେସିନ କରୁଛି କାମ ।
ଫଳରେ କରେ। ନାମହା ମାରି ସମୟରେଲୋକେ କାମ ଧନ୍ଦା ନ ପାଇ ଭୋକ ଉପାସରେ ଥିବାବେଳେ କାମ ନ ପାଇ ବେକାର ହୋଇ ବସୁଥିବା କହିଛନ୍ତି । ଏନେଇ ଯନ୍ତ୍ରୀ ଙ୍କୁ ପଚାରିଲେ ସେ ଶ୍ରମିକ ମିଳୁ ନ ଥିବା ଫଳରେ ମେସିନ ଲଗାଇବାକୁ ପଡୁଥିବା କହୁଛନ୍ତି । ଏପଟେ ବର୍ଷା ଆସିଗଲାଣି ଧାର୍ଯ୍ୟ ସମୟସୀମା ମଧ୍ୟରେ କାମ ସାରିବାକୁ ପଡିବ ବୋଲି କହିବା ସହ ଏ ବିଷୟ ଉପରିସ୍ର ଅଧିକାରୀମାନେ ଜାଣିଥିବା କହିଛନ୍ତି ।
ଏନେଇ ଚକାପାଦ ବିଡିଓ ଙ୍କୁ ପଚାରିବାରେ ସେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠ।ନ ଗ୍ରହଣ କରିବେ ବୋଲି କହିଛନ୍ତି ।
ସେହିପରି ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵରଂଜନ ନା ଏକ ଙ୍କୁ ପଚାରିବାରେ ସେ ମଧ୍ୟ ଅଭିଯୋଗ ଆସିଲେ ମନରେଗାରଏକ ସ୍ଵତନ୍ତ୍ର ଟିମକୁ ତଦନ୍ତ କରିବାଲାଗି ପଠାଇବେ ଆଉ ସତ୍ୟତା ଥିଲେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ସେହିପରି ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚାଲିଥିବା ମନ ରୋଗ । ରେ
ଜେସିବି ମେସିନ ବ୍ୟବହାର ହେଉଥିବା ସମାଜସେବୀ ମହମ୍ ଦ ଜିଆ ଉ ଦିନ କହିଛନ୍ତି । ଏଣୁ ଯନ୍ତ୍ରୀମାନଙ୍କୁ ସସପେଣ୍ଡ ଦାବୀ କରିଛନ୍ତି ମହ ମଦ୍ଦଜିଆ ଉଦ୍ଦିନ।

Leave a comment

Your email address will not be published. Required fields are marked *