#Breaking News #District

ଫିରିଙ୍ଗିଆ ପୋଲିସ ର ସଫଳତା, ଦାମୀ କାର ସହ ଏକ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇଜବତ


ଫୁଲବାଣୀ(ସୁନୀଲ ପଟନାୟକ )
ରବିବାର ଫିରିଙ୍ଗିଆ ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଚଢ଼lଉ କରି ଏକ ହୁଣ୍ଡାଇ ଭରନା କାର ସହ ଶହେ କେଜି ଗଂଜେଇ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଟିମ ଚଢ଼ାଉ କରି କାର ସହ ଗଂଜେଇ ଜବତକରିଥିଲେ lଜବତ କାର ନମ୍ବର ଓ ଆର 0୨ ବି ଏଲ ୭ 0୮ ବୋଲି ପୋଲିସ କହିଛି l
ତେବେ ଡ୍ରାଇଭର କୌଶଳ କ୍ରମେ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲା l
ଫିରିଙ୍ଗିଆ ପୋଲିସ ୫ ୫ /୨ ୩ ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି l
ସେହିପରିବେଆଇନ ଗଂଜେଇ ଚାଷ ସଂପର୍କରେ ଲୋକଙ୍କୁ ସଚେତନ କରି ଏଥିରୁ ନିବୃତ ରହି ବା ଲାଗି ପରାମର୍ଶ ଦେଉଛି l

Leave a comment

Your email address will not be published. Required fields are marked *