#Breaking News

ତୁମୁଡିବନ୍ଧ ରେ ପଲ୍ଲିଶ୍ରୀ ସଂଗୀତ ବିଦ୍ୟାଳୟ ଉଦଘାଟିତ


ଫୁଲବାଣୀ (ସୁନୀଲ ପଟନାୟକ )
କଳା, ସଂସ୍କୃତି, ର ବିକାଶ କରିବାସଂଗୀତ ବିଦ୍ୟାଳୟ ସହ ନୂତନ କଳା କାର ସୃଷ୍ଟି କରିବା ଉଦେଶ୍ୟରେ କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ଠାରେ ପଲ୍ଲିଶ୍ରୀ ସଂଗୀତ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି l
କନ୍ଧମାଳ ଜ଼ିଲ୍ଲା ର ଜଣାଶୁଣା ସଂଗୀତଜ୍ଞ, କଳାକାର, ଅଭିନେତା, କଣ୍ଠ ଶିଳ୍ପୀ, ଜଳନ୍ଧର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l
ଏହି ଅବସର ରେ ଆୟୋଜିତ ସଭାରେ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା, ସରପଞ୍ଚ, ବରିଷ୍ଠ ସମାଜ ସେବୀ ତଥା ରାଜନେତା ନେତ୍ର ମନସେଠ, ସାମ୍ବାଦିକ ଶିବ ନାୟକ ପ୍ରମୁଖ ଙ୍କ ସମେତ ଅନେକ ମାନ୍ୟ ଗଣ୍ୟ ଵ୍ୟକ୍ତି ଯୋଗ ଦେଇ କଳା ହିଁ ଏକ ମାତ୍ର ମାଧ୍ୟମ ଯାହାକି ସମସ୍ତ ଙ୍କୁ ଏକତାର ସୁତ୍ର ରେ ବାନ୍ଧି ରଖି ବାରେ ସହାୟକ ହେଇଥାଏ ବୋଲି କହିଥିଲେ l
ଏହିଅବସର ରେ ସ୍ଥାନୀୟ ଶିଶୁ କଳାକାର ମାନେ ଆକର୍ଷଣୀୟ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ l
ଏହିକାର୍ଯ୍ୟକ୍ରମ ରେ ଆଖ ପାଖ ଅଂଚଳ ର ଶତାଧିକ ଜନସାଧାରଣ, ନୃତ୍ୟ ପ୍ରେମୀ, ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *