#Breaking News #District

ପୂର୍ବତନ ଫିରିଙ୍ଗିଆ ଥାନା ଅଧିକାରୀ ସସ୍ପେଣ୍ଡ


ଫୁଲବାଣୀ(ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଡି ମାମଲା ରେ ପୂର୍ବତନ ଥାନା ଅଧିକାରୀ ତପନ କୁମାର୍ ନାହାକ କୁ କାର୍ଯ୍ୟ ରୁ ସସ୍ପେଣ୍ଡ କରିଛନ୍ତି l ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ୍ ଥାନା ଅଧିକାରୀ ନାହାକ ଙ୍କୁ କର୍ଯ୍ୟରେ ଅବହେଳା ପ୍ରଦର୍ଶନ ପାଇଁ ସସ୍ପେଣ୍ଡ କରୁଛନ୍ତି l ନିଲମ୍ବିତ ଥାନା ଅଧିକାରୀ ଗଞ୍ଜେଇ ଚୋରା କାରବାର ରେ ସଂପୃକ୍ତ ଥିବା ପୁର୍ବରୁ ଅଭିଯୋଗ ହୋଇଆସୁଥିଲା l
ଏହାକୁ ନେଇ ଗତ ୪ତାରିଖରେ ଅଞ୍ଚଳ ବାସୀ ରାସ୍ତା ଅ ବ ରୋଧ କରି ଥାନା ଅଧିକାରୀ ଓ ସହଯୋଗୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ ଯୋଗୁଁ ଉତ୍ୟକ୍ତ ଲୋକେ ଥାନା ପୋଡ଼ିବା ସହ୍ ପୋଲିସ୍ ଉପରେ ଆକ୍ରମଣ କରିଥିଲେ l
ଘଟଣା ପରେ ଦୁଇ ଜଣ ହୋମ ଗାର୍ଡ ଙ୍କୁ କାର୍ଯ୍ୟରୁ ଡିସ ମିସ୍ କରିବା ସହ ଥାନା ଅଧିକାରୀ ଙ୍କୁ ହେଡ କ୍ୱାର୍ଟର କୁ ବଦଳି କରାଯାଇଥିଲା l ତେବେ ଥାନା ଅଧିକାରୀ ନାହାକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଥିଲl ଫୁଲବାଣୀ କୁଇସମାଜ ସେବା ସମିତି ଓ ବିଜେ ପି l
ଫଳରେ ଗତକାଲି ନାହାକ ଙ୍କୁ ନିଲମ୍ବିତ କରିଥିଲେ ପୋଲିସ ମହାନିର୍ଦ୍ଦେଶକ l

Leave a comment

Your email address will not be published. Required fields are marked *