#Breaking News #District

ନୀଳାଦ୍ରୀ ବିଜେ ଭଜନ ସମାରୋହ କମିଟି ପକ୍ଷରୁ ଟଙ୍କତୋରାଣୀ ବଣ୍ଟନ


ଢେଙ୍କାନାଳ( ଉଲ୍ଲାପ୍ର )ଢେଙ୍କାନାଳ ସହରରେ ପ୍ରବଳ ଗ୍ରୀଷ୍ପ ପ୍ରବାହ ଜାରି ରହିଛି। ଏହି ଗ୍ରୀଷ୍ମ ପ୍ରବାହକୁ ଅନୁଭବ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳଛତ୍ର କରାଯାଇଥିବାବେଳେ ଆଜି ଦେଉଳସାହିର ‘ନୀଳାଦ୍ରି ବିଜେ ଭଜନ ସମାରୋହ କମିଟି’ ପକ୍ଷରୁ ସ୍ଥାନୀୟ କୈବଲ୍ୟ ବଜାର ପରିବା ମାର୍କେଟ୍ ନିକଟରେ ଏକ ଟଙ୍କ ତୋରାଣୀର ଆୟୋଜନ କରାଯାଇଥିଲା । ବଳଦେବଜୀଉଙ୍କ ସାନ୍ନିଧ୍ୟରୁ ଏହି ଟଙ୍କ ତୋରାଣୀର ବ୍ୟବସ୍ଥା କରା ଯାଇଅଛି । ପ୍ରବଳ ରୁଦ୍ର ତାପରୁ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ପତିଙ୍କ ତତ୍ତ୍ଵାବଧାନରେ ସତ୍ୟ ରଞ୍ଜନ ଶତପଥୀ, ଫିଟୁ, ନିହ୍ନିଆ, ପପୁ, ଚିକୁ, ଆଲୋକ ପ୍ରମୁଖ ଉପସ୍ଥିତ ରହି ପଥଚାରୀଙ୍କୁ ବଣ୍ଟନ କରାଯାଇଥିଲା

Leave a comment

Your email address will not be published. Required fields are marked *