#Breaking News #District

ଫିରିଙ୍ଗିଆ ପୋଲିସ ଚଢ଼ାଉ ୩ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇଜବତ, ୫ ଫେରାର


ଫୁଲବାଣୀ (ସୁନୀଲ ପଟନାୟକ )
ଶୁକ୍ରବାର ଫିରିଙ୍ଗିଆ ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ବଳିଷ୍ଠ ନେତ୍ତୃତ୍ଵରେ ପୋଲିସ ଟିମ ସଦଳ ବଳେ କାସିନପଦର ପଂଚାୟତ ଅନ୍ତର୍ଗତ କୁଟୁନି ପଦର ଜଙ୍ଗଲ ରେ ଏକ କୁଡ଼ିଆ ଘର ଉପରେ ରେ ଅତର୍କିତ ଚଢ଼lଉ କରି ୩ କୁଇଣ୍ଟାଲ ୫ ୨ କେଜି ୮ ଶ ହ ଗ୍ରାମ ଗଂଜେଇ ଜବତ କରିଛି lତେବେ ପୋଲିସ ଚଢ଼ାଉ ସମ୍ପର୍କରେଖବର ପାଇ ୫ ଜଣ ଅଭିଯୁକ୍ତ ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିବା ପୋଲିସ କହିଛି l
ତେବେ ଅଭିଯୁକ୍ତ ମାନ ଙ୍କ ପତ୍ତା ମିଳିଯାଇଛି ଆଉ ଅତି ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ତପନ କୁମାର ନାହାକ କହିଛନ୍ତି l

ଏ ସମ୍ପର୍କରେ ଫିରିଙ୍ଗିଆ ପୋଲିସ 104/23 ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି l
କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଓ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ସମୟୋଚିତ ପଦକ୍ଷେପ,ନିଷ୍ଠା, ଆନ୍ତରିକତା ସାଙ୍ଗକୁ ଦକ୍ଷତା ଯୋଗୁଁ ପୋଲିସ ସଫଳତା ହାସଲ କରୁଥିବା ଜଣାପଡିଛି l

Leave a comment

Your email address will not be published. Required fields are marked *