#Breaking News

ଶିଶୁର ଚିକିତ୍ସାରେ ଅର୍ଥ ସାଜିଛି ବାଧକ


ଫୁଲବାଣୀ-(ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ପର୍ତ୍ତମାହା
ଗ୍ରାମପଞ୍ଚାୟତ କହମ ପଡି ଗ୍ରାମର ସଲମନ ପ୍ରଧାନଙ୍କ ୯ ବର୍ଷର ପୁଅ କିଲିଆନଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।
ସ୍କୁଲ ଯିବା ବୟସରେ ସେ ସ୍କୁଲ ନ ଯାଇ ଘରେ ବସି ରହୁଛି। ସାଙ୍ଗମାନେ ଖେଳକୁଦ କରୁଥିବାବେଳେ ମନ ମାରି ଘରେ ବସିରହିଛି କିଲିଆନ ।
ବାପା ଓ ମାପୁଅର ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନା ବୁଲି ଲକ୍ଷ୍ୟାଧିକ ଟଙ୍କା ମଧ୍ୟ ଖର୍ଚ କରିସାରିଲେଣି।ପାଖରେ ଆଉ ପଇସାଟିଏ ବି ନାହିଁ। ଏଣେ ଅଧିକ ଚିକିତ୍ସା ପାଇଁ ଡାକ୍ତର କୁ ଆଡେ ପରାମର୍ଶ ଦେଇଛନ୍ତି । ଦିନ ଯେତିକି ଗଡୁଛି ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ସେତିକି ବିଗୁଡିଛି ।
ଏଭଳି ସ୍ଥିତିରେ ପୁଅର ଚିକିତ୍ସା ପାଇଁ ପରିବାର ଲୋକେ ସହାୟତା ଲୋଡିଛନ୍ତି । ପୁଅ ଜନ୍ମ ହେବାର ୧୫ ଦିନ ପରେ ହୃତପିଣ୍ଡ ପାଖରେ ଏକ ଟିଉମର ବିଢିବାରେ ଲାଗିଛି। ଫଳରେ ଚାଲିଲେ ଧଇଁ ସଇଁ ହୋଇ ଯାଉଛି । ଫୁଲ ବାଣୀସଦରମହକୁମା ଡ଼ାକ୍ତରଖାନାଠୁ ଆରମ୍ଭ କରି ବ୍ରହ୍ମପୁର, ମୁମ୍ବାଇ,ଛଡ଼ିଶଗଡ ଆଦି ବିଭିନ୍ନ ଡ଼ାକ୍ତରଖାନା ନେଇଥିଲେ ପୁଅକୁ । ଘରେ ଯାହା ଟଙ୍କା ପଇସା ସୁନାଗହଣା ଥିଲା ସବୁ ଚିକିତ୍ସାରେ ସରିଗଲା। ଏବେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ସଲମନ । ରାଷ୍ଟ୍ରୀୟ ବାଲସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ କରି ଚିକତ୍ସା ବ୍ୟବସ୍ଥା କରିବାକୁ ବାପା ସଲମନ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।

Leave a comment

Your email address will not be published. Required fields are marked *