#Breaking News

ସ୍ବର୍ଣ୍ଣିମ ବିଜୟ ବର୍ଷ ସମାରୋହ ଯାତ୍ରା

ଢେଙ୍କାନାଳ(ଉଲାପ୍ର)୧୯୭୧ ମସିହା ଭାରତ – ପାକିସ୍ତାନ ଯୁଦ୍ଧରେ ଭାରତର ବିଜୟକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ସୃଶ୍ଚିମ ବିଜୟ ବର୍ଷ ପାଳନ କରାଯାଉଛି । ଏହି ଅବସରରେ ଓଡିଶା ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଯୋଦ୍ଧା ସୈନିକଙ୍କୁ ଆଜି ( ଅକ୍ଟୋବର ୩୦ ) ଅପରାହ୍ଣ ୪ ଘଟିକା ୩୦ ମିନିଟ ସମୟରେ ଭୁବନେଶ୍ବରସ୍ଥ ରାଜଭବନଠାରେ ସମ୍ବର୍ଦ୍ଧିତ କରାଯିବ । ଏହି ଉପଲକ୍ଷେ ଆଜି ଜିଲ୍ଲା କାର୍ଯ୍ୟାଳୟଠାରେ ପୂର୍ବାହ୍ଣ ୯ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାର ୧୨ ଜଣ ଅବସରପ୍ରାପ୍ତ ଯୋଦ୍ଧା ସୈନିକଙ୍କୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ସ୍ବାଗତ କରି ସ୍ବର୍ଣ୍ଣିମ ବିଜୟ ବର୍ଷ ସମାରୋହରେ ଯୋଗ ଦେବା ନିମନ୍ତେ ବସ ଯୋଗେ ସେମାନଙ୍କ ଯାତ୍ରାର ଶୁଭାରମ୍ଭ କରିଥିଲେ । ଦେଶ ପାଇଁ ଉତ୍ସର୍ଗୀକୃତ ସେବା କରି ଅନନ୍ୟ ବୀରତ୍ବର ପରାକାଷ୍ଠା ଦେଖାଇ ଭାରତବର୍ଷର ଗାରିମା ବୃଦ୍ଧି କରିଥିବାରୁ ସେମାନେ ଆମର ଗର୍ବ ଓ ଗୌରବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି ଯାତ୍ରାର ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର , ଆସିଷ୍ଟାଣ୍ଟ କଲେକ୍ଟର , ସମସ୍ତ ପଦାଧିକାରୀ ଉପସ୍ଥିତ ରହି ଯୋଦ୍ଧା ସୈନିକମାନଙ୍କୁ ବିଦାୟ ଜଣାଇଥିଲେ ।

Leave a comment

Your email address will not be published. Required fields are marked *