ପାକିସ୍ତାନର ଆଉ ଏକ ଯାତ୍ରୀବାହୀ ବିମାନ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା

admin | May 22, 2020 | 169 views |0 | Exclusive

ଇସ୍ଲାମାବାଦ : ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନ ଆଜି କରାଚୀଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଆଉ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ।ପିଆଇଏର ଏକ ବିମାନ ଗିଲଗିଟ ଏୟାରପୋର୍ଟରେ ଓହ୍ଲାଉଥିବାବେଳେ ରନେଓ୍ୱରୁ ଖସିଯାଇଥିଲା । ତେବେ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଏକ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇଦେଇଥିଲେ । ତେବେ ବିମାନଟି ଗୋଟିଏ ପଟକୁ ଢଳି ଅଟକି ରହିଛି । ଏହି ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ପିଆଇଏର ମୁଖପାତ୍ର ମାସୁଦ ତାଜାଓ୍ୱାର କହିଛନ୍ତି ।ପିଆଇଏର ଏକ ବିମାନ ଗିଲଗିଟ ଏୟାରପୋର୍ଟରେ ଓହ୍ଲାଉଥିବାବେଳେ ରନେଓ୍ୱରୁ ଖସିଯାଇଥିଲା । ତେବେ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଏକ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇଦେଇଥିଲେ । ତେବେ ବିମାନଟି ଗୋଟିଏ ପଟକୁ ଢଳି ଅଟକି ରହିଛି । ଏହି ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ପିଆଇଏର ମୁଖପାତ୍ର ମାସୁଦ ତାଜାଓ୍ୱାର କହିଛନ୍ତି ।ପିଆଇଏର ଏହି ବିମାନ ପିକେ-୬୦୫ ଟି ଇସ୍ଲାମାବାଦରୁ ଗିଲଗିଟକୁ ଯାଉଥିଲା । ଏଥିରେ ବିମାନ କର୍ମଚାରୀଙ୍କ ମିଶାଇ ମୋଟ ୫୩ ଜଣ ଯାତ୍ରୀ ଥିଲେ । ଏହି ଘଟଣା ଘଟିବା ପରେ ଗିଲଗିଟ ଏୟାରପୋର୍ଟର ରନେଓ୍ୱକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା । ତେବେ ଏବେ ତାହାକୁ ଖୋଲିଦିଆଯାଇଥିବା ଖବର ମିଳିଛି । ପିଆଇଏ ସିଇଓ ଅରସାଦ ମଲ୍ଲିକ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପାଇଲଟଙ୍କ ତ୍ରୁଟି ଜଣାପଡ଼ିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 28 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 293 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories