#Uncategorized

ବୈଦରାଜ ପ୍ରତାପରୁଦ୍ର ବେଉରାଙ୍କ ୮୦ ତମ ଜନ୍ମଦିନ ପାଳନ,ପଦ୍ମଶ୍ରୀ ଦେବାକୁ ଦାବି ଜୋରଦାର ହେଲା


ଆଠଗଡ(ଉଲାପ୍ର) ଆଠଗଡ ବ୍ଲକ କୁଲାଇଲୋ ଅସ୍ଥି ଚିକିସ୍ଥକ ପ୍ରତାପରୁଦ୍ର ବେଉରାଙ୍କ ୮୦ ତମ ଜନ୍ମଦିନ ପାଳନ ହୋଇଯାଇଛି ଅନନ୍ତ ବେଉରା ଅସ୍ଥି ଚିକିସ୍ଥାଳୟ ମଧ୍ୟରେ,ପ୍ରତାପରୁଦ୍ର ବେଉରା ଜୟନ୍ତୀ କମିଟି ତରଫରୁ ଉପସଭାପତି ପ୍ରଫୁଲ ଚନ୍ଦ୍ର ପରିଡା ସଭାପତିତ୍ୱ କରିଥିବା ବେଳେ ଜୟନ୍ତୀ କମିଟିର ସଭାପତି ଲୋକସେବକ ମଣ୍ଡଳ ରାଷ୍ଟ୍ରିୟ ସମ୍ପାଦକ ନିରଞ୍ଜନ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ତଥା ବିଜେଡି ନେତା ଭାଗିରଥି କର,ବିଜେପି ନେତା ରାମନାରାୟଣ

ମହାନ୍ତି,ସମାଜସେବୀ ରାଜ କିଶୋର ଖଟୁଆ ପ୍ରମୁଖ ଯୋଗଦେଇ ଅସ୍ଥିଶଲ୍ୟ ଚିକିସ୍ଥକ ସମାଜସେବୀ ପ୍ରତାପରୁଦ୍ର ବେଉରା ଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିବାକୁ ସବୁ ଅତିଥି ଦାବିକୁ ଜୋରଦାର କରିଥିଲେ,ସଭାରେ ମଞ୍ଚ ପରିଚାଳନା କରିଥିଲେ ସୁରେଶ ପ୍ରଧାନ,ଏହି ଅବସରରେ ଅନନ୍ତ ବେଉରା ଅସ୍ଥି ଚିକିସ୍ଥା କେନ୍ଦ୍ରର ସମସ୍ତ କେନ୍ଦ୍ରର କର୍ମଚାରୀ ମାନେ ଅସ୍ଥି ଚିକିସ୍ଥକ ପ୍ରତାପରୁଦ୍ର ବେଉରାଙ୍କୁ ଜନ୍ମଦିନ ରେ ପୁଷ୍ପଗୁଛ ପ୍ରଦାନ କରିଥିଲେ,କର୍ମଚାରୀ ସଂଘ ତରଫରୁ ମାନସ ମହାନ୍ତି ସଭାରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ଉତରୀୟ ପ୍ରଦାନ କରିଥିଲେ।ଏହି ସଭାରେ ଆଠଗଡ଼ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।

Leave a comment

Your email address will not be published. Required fields are marked *