#Uncategorized

ଭୋକ ଉପାସରେ ଦିନ କାଟୁଛନ୍ତି ବୁଣାକାର ପରିବାର।ବିକ୍ରି ହେଉନି ଲୁଗା କି ମିଳୁନି କଞ୍ଚାମାଲ

ନୂଆପାଟଣା(ଉଲାପ୍ର)କୋଭିଡ ମହାମାରୀ କଟକଣାକୁ ୭ ମାସ ବିତିଲାଣି ହେଲେ କଟକ ଜିଲ୍ଲା ତିଗିରିଆ ବ୍ଲକ ନୂଆପାଟଣାର ବୁଣାକାର ପରିବାର ଏବେ ଦୟନୀୟ ପରିସ୍ଥିତି ରେ ଦିନ କାଟୁଛନ୍ତି।ତିଗିରିଆ ବ୍ଲକର ନୂଆପାଟଣା ପଞ୍ଚାୟତ ରେ ପାଖାପାଖି ୪ ହଜାରରୁ ଉର୍ଧ ବୁଣାକାର
ପାଟଶାଢୀ,ଖଣ୍ଡୁଆପାଟ,ବାନ୍ଧଶାଢୀ ବୁଣି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି ।ହେଲେ କୋରୋନା ମହାମାରୀ ଏବେ ସେମାନଙ୍କ ଉପରେ ଚଡକ ପକାଇଛି । ବିକ୍ରୀ ହେଉନି ଲୁଗା କି ଆସୁନାହି କଞ୍ଚାମାଲ, ଯାହାଫଳରେ ପେଟ କୁ ଦୁଇମୁଠା ଖାଦ୍ୟ ଯୋଗାଡ଼ କରିବା ବି କଷ୍ଟକର ହୋଇଗଲାଣି ବୁଣାକାର ମାନଙ୍କ ପାଇଁ।ଏଠାକାର ପାଟ ଓ ବାନ୍ଧଶାଢୀ ର ଚାହିଦା ଦେଶ ବିଦେଶରେ ବେଶ ଲୋକଙ୍କୁ ଆକର୍ଷିତ କରିଥାଏ। ମହାପ୍ରଭୁଙ୍କ ପ୍ରତ୍ୟେକ ଦିନରେ ବ୍ଯବହୃତ ହେଉଥିବା ଅଙ୍ଗବସ୍ତ ଏହି କାରିଗର ମାନେ ବୁଣି

ପଠାଇଥାନ୍ତି ।କଞ୍ଚାମାଲ ନ ଆସିବା ଫଳରେ ଏବେ ଏହି ବୁଣାକାର ମାନେ ନା ଲୁଗା ବୁଣୁଛନ୍ତି ନା ପରିବାର ପ୍ରତିପୋଷଣ କରି ପାରୁଛନ୍ତି। ଏଭଳି ଜଟିଳ ପରିସ୍ଥିତି ରେ ଋଣ ସୁଜି ନପାରିବାରୁ ହଟହଟା

ହେଉଛନ୍ତି ବୁଣାକାର ପରିବାର, ଏଭଳି ପରିସ୍ଥିତିରେ କୌଣସି ସରକାରୀ ସାହୟତା ନ ମିଳିବାରୁ ନିଜର ବୃତିକୁ ଛାଡି ଶହଶହ ବୁଣାକାର ଦାଦନ ଖଟିବାକୁ କାର୍ଯ୍ଯ ଅନ୍ଵେଷଣରେ ଅନ୍ୟ ରାଜ୍ୟ କୁ ପଳାଉଛନ୍ତି ଦାଦାନ ଖଟିବା ପାଇଁ। ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ବୁଣାକାର ମାନେ ଅନ୍ୟର ଇଜ୍ଜତ ରକ୍ଷା କରିବା ପାଇଁ ଦିନରାତି ଏକ କରିବା ପାଇଁ ବି ପଛଉ ନଥିଲେ ଆଜି ନିଜର ପେଟ ପୋଷିବା ପାଇଁ ଏ ରାଜ୍ୟ ରୁ ସେ ରାଜ୍ୟ ଘୂରି ବୁଲୁଛନ୍ତି। ଏହା କଣ ଆଜି ପର୍ଯ୍ୟନ୍ତ ସରକାରଙ୍କ ଦୃଷ୍ଟି ଆକର୍ଷଣ ହୋଇନାହିଁ ନା ସରକାର ସ୍ଥାନୀୟ ବିଧାୟକ ଜାଣିଶୁଣି ଅଣଦେଖା କରୁଛନ୍ତି ବୋଲି ବୁଣାକାର ଅଭିଯୋଗ କରିଛନ୍ତି।

Leave a comment

Your email address will not be published. Required fields are marked *