#Breaking News

ବନବାସୀ ସେବା ସମିତି ପରିସରରେ ମହାବିଷୁବ ମିଳନ


ଫୁଲବାଣୀ (ଉଲାପ୍ର)ସ୍ଥାନୀୟ ବନବାସୀ ସେବା ସମିତି ସଭାଗୃହରେ ମହାବିଷୁବ ମିଳନ ଆୟୋଜିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ସଭାପତି ଡ଼ଃ ମଧୁସୂଦନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ବନବାସୀ ସେବା ସମିତି ସମ୍ପାଦକ ଉଛବଚରଣ ଜେନାକାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବାବେଳେ ଉତ୍କଳ ସମ୍ମିଳନୀର ଉପ ସଭାପତି କୈ।ଶିକ ସାହୁ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ l
ସେହିପରି ଜି ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟ ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ ଉଦ୍ ବୋଧନ ଦେଇଥିଲେ।ସମ୍ପାଦକ ରବୀନ୍ଦ୍ର ନାଥ ରଥ ବାର୍ଷିକ ବିବରଣୀ ପାଠ କରିଥିଲେ। ବନବାସୀ ସେବା ସମିତି ଅନ୍ତେବାସୀ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ।
ଇତ୍ୟବସରରେ ଫିରିଙ୍ଗିଆର ଡ଼ ଚିତ୍ତରଞ୍ଜନ ମିଶ୍ର ଓ ବାଲିଗୁଡ଼ାର ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞନ ଶତପଥୀ ଙ୍କୁ ସମ୍ମାନିତ କରାଯାଇଥିଲା।
ଦାରିଙ୍ଗବାଡିରୁ ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଦସ୍ୟ ବିଦେଶୀ ନାୟକ ଶିଶିର ପଟ୍ଟନାୟକ ସସ୍ମିତା ପଣ୍ଡା ଜୟହର ମହାନ୍ତି ଡଃ ବିଶ୍ଵେଶ୍ଵର ଆଚାର୍ଯ୍ୟ ବିଶ୍ଵଜିତ ଜେନା ଶରତ କୁମାର ମିଶ୍ର ରଞ୍ଜିତ କୁମାର ପ୍ରଧାନ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ସହ ସମ୍ପାଦକ କୈଳାସ ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ।ସୀମାଚଳ ମହାରଣାଙ୍କ ମୃତ୍ୟୁରେ ନୀରବ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟ ଅତିଥି ଆଜ୍ଞା ଓ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସାହିତ୍ୟିକର ସାମାଜିକ ପ୍ରତିବଦ୍ଧତା ପ୍ରସଙ୍ଗ ଉପରେ ମୁଖ୍ୟ ବକ୍ତା ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ବିଭୁତି ଭୂଷଣ ଶତପଥୀ ଙ୍କ କାବ୍ୟ ବୀରଭୁମି ଉନ୍ମୋଚନ ହୋଇଥିଲା l

Leave a comment

Your email address will not be published. Required fields are marked *