#Breaking News #Uncategorized

ପାଳ ଗଦାରେ ଲାଗିଲା ନିଆଁ ଅଳ୍ପକେ ବର୍ତ୍ତିଲା ଘର

ନରସିଂହପୁର (ଉ ଲା ପ୍ର)
କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ନିମସାହି ଗ୍ରାମର ରବି ମୁଦୁଲି ଙ୍କ ପାଳ ଗଦାରେ ଲାଗିଲା ନିଆଁ ଅଳ୍ପକେ ବର୍ତ୍ତିଲା ଘର । ସୂଚନା ରୁ ପ୍ରକାଶ ଯେ, ତାଙ୍କ ପୁଅ ଏକ ଅଳିଆ ଗଦା ପୋଡୁଥିବା ସମୟରେ ହଠାତ ଭୁଲ ବଶତଃ ବାରିପଟେ ଥିବା ପାଳ ଗଦାଟି ଜଳି ପୋଡି ଧୂଳିସାତ ହୋଇଯାଇଛି। ପାଳ ଗଦାଟି ବହୁ ଜୋରରେ ଜଳୁ ଥିବାର ଦେଖି କିଛିଲୋକ ନିଁଆକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ହେଲେ ନିଁଆକୁ ଆୟତ୍ତ କରିପାରିନଥିଲେ। ନିମସାହି ଗ୍ରାମର କିଛି ଲୋକ ନରସିଂହପୁର ଦମକଳ ବାହିନୀ କୁ ଖବର ଦେଇଥିଲେ ସଂଗେ ସଂଗେ ଦମକଳ ଗାଡି ଆସି ନିଆଁ କୁ ଆୟତ୍ତ କରିଥିଲେ। ରବି ମୁଦୁଲି ଏକ ନାମମାତ୍ର ଚାଷୀ ହୋଇଥିବାରୁ ଗାଈ ଖାଇବା ପାଇଁ ପାଳ ଗଦାକୁ ଗଛିତ କରି ରଖିଥିଲେ। ପାଳ ଗଦାରେ ଥିବା ପାଳର ମୂଲ୍ୟ କୋଡିଏ ହଜାର ରୁ ପଚିଶ ହଜାର ହେବ ଆଉ ବିଶେଷ କିଛି କ୍ଷୟ କ୍ଷତି ହୋଇନାହିଁ ବୋଲି ରବି ମୁଦୁଲି କହିଛନ୍ତି।

Leave a comment

Your email address will not be published. Required fields are marked *