#Breaking News

ଢେଙ୍କାନାଳ ଜୁବୁଲି ଟାଉନ ସ୍ଥିତ ମାଆ କନକ ଦୁର୍ଗା ଙ୍କର ନବରାତ୍ରୀ ପୂଜାର ଅଧିବାସ ପୂଜା ଆରମ୍ଭ

ଢେଙ୍କାନାଳ, ଢେଙ୍କାନାଳ ଜୁବୁଲି ଟାଉନ ସ୍ଥିତ ମାଆ କନକ ଦୁର୍ଗା ଙ୍କର ନବରାତ୍ରୀ ପୂଜାର ଅଧିବାସ ପୂଜା ଆରମ୍ଭ ହୋଇଯାଇଛି । ଆଜି ପ୍ରାତଃ 11 ଘଟିକା ସମୟରେ ଶ୍ରୀ ଦୁର୍ଗାଙ୍କର ସୁକ୍ତ ପାଠ ଦ୍ୱାରା ମହାସ୍ନାନ କରାଯାଇଥିଲା । ଏହା ପରେ ବାଦ୍ୟ ଘଣ୍ଟ ତାଳେ ତାଳେ ସ୍ଥାନୀୟ ଜେଲ ପୋଖରୀ ପାଖକୁ ଆସି କଳସ ପୂଜାର୍ଚନା କରାଯାଇଥିଲା । ଏହାପରେ ମନ୍ଦିର ଅଭିମୁଖେ କଳସ ଯାତ୍ରା କରାଯାଇଥିଲା । ଏହାପରେ ମନ୍ଦିର ପ୍ରାଙ୍ଗଣରେ ଘଟ ସ୍ଥାପନ,ମାଙ୍କୁ ନୂତନବସ୍ତ୍ର ପରିଧାନ , ସରଳା ମଣ୍ଡପ ପୂଜନ, ମଙ୍ଗଳା ଆଦି ଦେବତାଙ୍କୁ ଆବାହନ ,ପ୍ରତ୍ୟେକ ଦିନ ପ୍ରାତଃରୁ ସୂର୍ଯ୍ୟ ପୂଜା,ଦେବୀଙ୍କର ଷୋଡ଼ଶ ଉପଚାର ପୂଜା ,ରୁଦ୍ରଭିଷେକ, ଚଣ୍ଡୀ ପାଠ ଓ ଘୃତ ଯଜ୍ଞ ନବଦିନ ଲାଗି କରାଯିବ । ପ୍ରତ୍ୟେକ ଦିନ ପ୍ରାତଃ 10.30 ରେ ଖେଚେଡ଼ି ଭୋଗ, ମଧ୍ୟାର୍ଣ୍ଣ ରେ ଅର୍ଣ୍ଣ ଶଙ୍କୁଡ଼ି ଭୋଗ, ରାତ୍ରରେ ବଡ ସିଙ୍ଗ।ରରେ ଖିରି, କାକେରା, ପୁଳି ,ମିଠା ଭୋଗ 9ଦିନ ଲାଗି ମା ଙ୍କ ପାଖେ ଭୋଗ କରାଯିବ ।

Leave a comment

Your email address will not be published. Required fields are marked *