#Breaking News

କଟକରେ ବିଜେପି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ

ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ତଥା ସେବା ସମର୍ପଣ ଅଭିଯାନ ପକ୍ଷ ଅବସରରେ ଭାଜପା କଟକନଗର ତରଫରୁ ବିଭିନ୍ନ ସ୍ଥାନରେ ସେବାଭିମୁଖୀ କାର୍ଯ୍ୟକ୍ରମ ହୋଇଥିଲା।ଶିଳ୍ପୀ କୁମ୍ଭାର କାଠଗଡା ସାହିରେ ମୃଣ୍ମୟୀ ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱରଞ୍ଜନ ମିଶ୍ର ଓ ମଣ୍ଡଳ ସଭାପତି ଶ୍ରୀ ଦେବାନନ୍ଦ ସିଂ ଉପସ୍ଥିତ ରହି କଳାକାରଙ୍କୁ ସମ୍ମାନିତ କରିଥିଲେ।ବାରବାଟୀ ମଣ୍ଡଳ,୧୫ ନମ୍ବର ୱାର୍ଡରେ ଜିଲ୍ଲା ସମ୍ପାଦକ ଶ୍ରୀ ଜୟକୃଷ୍ଣ ସ୍ବାଇଁ ଓ ମିଶନ ଶକ୍ତି ସହ ଜିଲ୍ଲା ପ୍ରମୁଖ ଶ୍ରୀମତୀ ନମିତା ମିଶ୍ର,ଉଷା ପାତ୍ର,ନୃସିଂହ ପାତ୍ର, ଜଗନ୍ନାଥ, ଦେବାଶିଷ, ଗଣେଶ,ଡ଼ାଗୁରା,ରାଜେଶ ଆଦି ପ୍ରମୁଖଙ୍କ ନେତୃତ୍ୱରେ ଓଲଡ଼ ସେକ୍ରେଟାରୀଏଟ ଓ ରାଷ୍ଟ୍ରଭାଷା ପରିସରରେ ଗାନ୍ଧୀଙ୍କ ମୂର୍ତିରେ ମାଲ୍ୟାର୍ପଣ କରି ସ୍ଵଛଭାରତ କାର୍ଯ୍ୟକ୍ରମ କରିଥିଲେ।ସେହିଭଳି ସଂଖ୍ୟା ଲଘୁ ମୋର୍ଚ୍ଚା ତରଫରୁ ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ଶ୍ରୀ ସିକନ୍ଦର ଅଲ୍ଲି,ଜିଲ୍ଲା ସଂଖ୍ୟା ଲଘୁ ସଭାପତି ମହମ୍ମଦ ସବିର, ମହମ୍ମଦ ମୁସ୍ତାକିମ, ନୟିମ ଖାନ୍, ସେକ ରିଆଜ, ସେକ ବଣ୍ଟି, ସେକ ମକିଦ୍, ଜୋନେତ୍ ଖାଁନ, ସେକ ଶାଓ଼୍ ଜ ଆଦି ହରିଣ ପାର୍କ ଅଞ୍ଚଳରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିଥିଲେ।ସନ୍ଧ୍ୟାରେ ନଦୀ ସୁରକ୍ଷା ସମିତି ତରଫରୁ ଶ୍ରୀ ଶ୍ୟାମସୁନ୍ଦର ସାହୁଙ୍କ ନେତୃତ୍ୱରେ,ଜିଲ୍ଲା ସାଧାରଣ ସମ୍ପାଦକ ବିବେକାନନ୍ଦ ନାଏକ,ବାଇମୁଣ୍ଡି ମଣ୍ଡଳ ସଭାପତି ଲଲାଟେନ୍ଦୁ ଦାସ,ପାର୍ବତୀ ଦାସ,ସଂଯୋଜ ସାମନ୍ତରାୟ,ରମେଶ ବେହେରା,ସରୋଜିନୀ ମିଶ୍ର ଆଦି ପ୍ରମୁଖଙ୍କ ଉପସ୍ଥିତ ରେ ବିଡାନାସି ରେ ବୁଦ୍ଧିଜୀବୀ ସମ୍ମିଳନୀ ହୋଇଥିଲା।ମହାନଦୀ ବିହାର ରେ ସ୍ୱାସ୍ଥ୍ୟ ଶିବିର ରେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଲକ୍ଷ୍ମୀଧର ପ୍ରଧାନଙ୍କ ଉପସ୍ଥିତ ରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଭାଗିରଥି ଦଳାଇ,ଦୀପ୍ତି ସ୍ୱାଇଁ ପ୍ରମୁଖ।ଗାନ୍ଧୀ ପଲ୍ଲୀ ନେହେରୁ ପଲ୍ଲୀରେ ସ୍ଵଛଭାରତ କାର୍ଯ୍ୟକ୍ରମ କରି ଓବିସି ମୋର୍ଚ୍ଚା ତରଫରୁ ସଞ୍ଜୟ ଜେନା ସଫେଇ କର୍ମଚାରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହା ବ୍ୟତୀତ ସମସ୍ତ ୱାର୍ଡରେ ମଧ୍ୟ ପାର୍ଟିର କାର୍ଯ୍ୟକର୍ତା ମାନେ ସ୍ଵଛଭାରତ କାର୍ଯ୍ୟକ୍ରମ କରିଥିଲେ।

Leave a comment

Your email address will not be published. Required fields are marked *