#Breaking News

କନ୍ଧମାଳ ଜିଲ୍ଲାପାଳଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ


ଫୁଲବାଣୀ-(ସୁନୀଲପଟନାୟକ)
ମଙ୍ଗଳବାରକନ୍ଧମାଳ ଜିଲ୍ଲାପାଳ ଡା,ବୂନ୍ଦାଡି ରାଇକିଆ ଗସ୍ତରେ ଯାଇ ସ୍ମାର୍ଟ ସ୍କୁଲ କାର୍ଯ୍ୟ ପରିଦର୍ଶନ କରିବା ସହ ସ୍କୁଲ କାର୍ଯ୍ୟ ଯେପରି ଉନ୍ନତମାନର ହେବ ଆଉ ନିର୍ଦ୍ଧାରିତ ସମୟ ସୀମା ମଧ୍ୟ ରେ ସରିବ ସେଥିପ୍ରତି ଦୃଷ୍ଟିଦେବା ଲାଗି ବିଡିଓ ଓ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲାପାଳ ଡା. ବୃନ୍ଦାଡ଼ି ରାଇକିଆ ବ୍ଳକର ଶୁଗଡବାଡି,ମାଦପଙ୍ଗା . ଆଡ଼ା ସିପଙ୍ଗା, ଆଦର୍ଶ ବିଦ୍ୟାଳୟ ଆଦି ଯାଇ ସେଠାରେ ଚାଲିଥିବା କାର୍ଯ୍ୟ ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଗୋଟିଏ ଗୋଟିଏ ସ୍ମାର୍ଟ ସ୍କୁଲରେ ୪୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ କରାଯିବା,
ସେହିପରି କରେ । ନା ମୁକା ବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁନବାର ପ୍ରତିଷ୍ଠା କରାଯାଉଥିବା କୋଭିଡ଼ କେୟାର ସେଣ୍ଟର ଆଦି ବୁଲି ଦେଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ , ସହକାରି ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ କର୍ମଚାରି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବିଡିଓ କୁ ଆଡେ ଅଧସ୍ତନ କର୍ମ ଚାରିମାନଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ ନ କରିବା ଓ ଅର୍ଥ ଦାବୀ କରିବା ନେଇ ମଧ୍ୟ ଦୃଢ ଅଭିଯୋଗ ହେଉଛି ।

Leave a comment

Your email address will not be published. Required fields are marked *