#Breaking News

ବରଗଡ଼ ଜିଲ୍ଲାରେ ୩ୟ ପର୍ଯ୍ୟାୟ ନିର୍ବାଚନ ରେ ୮୨.୬୩% ମତଦାନ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲାର ଆଜି ତୃତୀୟ ପର୍ଯ୍ୟାୟ ରେ ୮୨.୬୩ ପ୍ରତିଶତ ଭୋଟଦାନ ହୋଇଛି। ୩ୟ ପର୍ଯ୍ୟାୟ ରେ ବରପାଲି, ବିଜେପୁର,ଓ ଭେଡେନ ବ୍ଲକ ରେ ଭୋଟ ଗ୍ରହଣ ହୋଇଥିଲା। ୬୬ ଟି ପଞ୍ଚାୟତ ର ୮୭୭ଟି ଭୋଟ ଗ୍ରହଣ କେନ୍ଦ୍ରରେ ଏହି ମତଦାନ ହୋଇଥିବା ବେଳେ ୧୮୧୭ ପ୍ରାର୍ଥୀ ଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ହୋଇଛି। ତେବେ କେତେକ ଗ୍ରାମରେ ବିଭିନ୍ନ ସମସ୍ୟା କୁ ନେଇ ଗ୍ରାମବାସୀ ମାନେ ଭୋଟ ବର୍ଜନ କରିଛନ୍ତି। ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ପଞ୍ଚାୟତ ର ଭୋଇଟିକ୍ରା ଗ୍ରାମ ବାସୀ ମାନେ ରାସ୍ତା ନାହିଁ ତ ଭୋଟ ନାହିଁ ଧାରାରେ ଭୋଟ ଦାନରୁ ବିରତି ରହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୧୦ ହେବ କୁମ୍ଭାରୀ ଭୋଇଟିକ୍ରା ରାସ୍ତା ଅତିବ ଶୋଚନୀୟ ହୋଇପଡିଛି। ହେଲେ ଏଥିପ୍ରତି ଆଜି ପର୍ଯ୍ୟନ୍ତ କେହି ଦୃଷ୍ଟି ଦେଇ ନାହାନ୍ତି। ଏସଂପର୍କରେ କିଛି ଦିନ ପୂର୍ବରୁ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ କୁ ମଧ୍ୟ ଅବଗତ କରାଇଥିଲେ ତେବେ ଏହାର କୌଣସି ସ୍ଥାୟୀ ପ୍ରତିକାର ହେଲାନାହିଁ। ତେଣୁ ସମାନେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ବୋଲି ଅଭିଯୋଗ କରିଥିଲେ। ସେହିପରି ବିଜେପୁର ବ୍ଲକର ସାଇ ପାଲି ପଞ୍ଚାୟତ ର ସାଲେଦମକି ଗ୍ରାମ ରେ ମଧ୍ୟ ସ୍କୁଲ ନାହିଁ ତ ଭୋଟ ନାହିଁ ବୋଲି ଭୋଟ ବର୍ଜନ କରିଥିଲେ।

Leave a comment

Your email address will not be published. Required fields are marked *