#Breaking News

ଆଦିବାସୀଙ୍କ ଜୀବନ ଜିବିକାର ମାଧ୍ୟମ ପାଲଟିଛି ବରଡ଼ା ଶାଗ


ଫୁଲବାଣୀ- (ସୁନୀଲ ପଟନାୟକ)ସହରଠୁ ଆରମ୍ଭ କରି ଗାଁ ଯାଏ ଏବେ ସବୁଠି ଧାଡିକି ଧାଡ଼ି ବରଡା ଶାଗର ପସରା ଦେଖିବାକୁ ମିଳୁଛି । ଲୋକେ ବରଡ଼ା ଶାଗ ଖାଇ ବେବୋଲି ଏହି ସମୟକୁ ଅନାଇ ରହିଥାନ୍ତି ।
ଶାଗ ବଜାରକୁ ଆସିବା ମାତ୍ରେ ଲୋକେ ତତକ୍ଷଣାତ ନେଇ ଯାଆନ୍ତି। ପ୍ରଥମେ ପ୍ରଥମେ ଦର ଅଧିକ। ଥାଏ ଓ ପରେ ଆସ୍ତେ ଆସ୍ତେ
ଟିକିଏ ଖସିଥାଏ । ତଥାପି ବରଡ଼ାଶାଗଭାଗ ୧୦ଟଙ୍କାରୁ କମୁନି । ଅତିକମରେ ୨/୩ଟି ଭାଗ ନେଲେ ଯାଇଗୋଟିଏ ଛୋଟ ପରିବାରକୁ ହୋଇଥାଏ । ଏହା ଅନ୍ୟ ଶାଗ ତୁଳନାରେ ସୁସ୍ଵାଦୁ ହେଇଥିବାରୁ ଯେ କେହି ବି ଟିକିଏ ଅଧିକ ଖାଇଥାଏ ।

ସବୁଠାରୁ ସ୍ଵାଦୀଷ୍ଟ ତଥା ସମସ୍ତଙ୍କ ପ୍ରିୟ ଶାଗ ଭାବେ ବରଡ଼ା ଶାଗ ର କନ୍ଧମାଳ ଜିଲ୍ଲାରେ ଢେର ନାଂ ଓ ଚାହିଦା ରହିଛି । ବିଶେଷକରି ଏପ୍ରିଲ ରୁ ମେ ମାସ ମଧ୍ୟରେ ଏହି ବରଡ଼ା ଶାଗ ମିଳିଥାଏ। ଗ୍ରାମ ନିକଟରେ ଜଙ୍ଗଲରେ ଥିବା ବରଡାଗଛରେ ନୂଆଁଳିଆ କଅଁଳୁଥିବା ପତ୍ରକୁ ଶାଗ ଭାବରେ ଲୋକେ ଖାଇଥାନ୍ତି । ପତ୍ର ବୁଢ଼ା ହୋଇଗଲେ ଆଉ ଖାଇ ବା ଉପଯୋଗୀ ହେଇନଥାଏ । ବରଡ଼ାଗଛ ବହୁତ ବଡ଼ ହୋ ଇଥିବାରୁ ଗଛ ଉପରେ ଚଢି ପୁରୁଷ ଲୋକ ମାନେ କ ଅଂଳିଆପତ୍ର ସବୁ ବାଛି ବାଛି ତେଳିଥାନ୍ତି । ତାପରେ ନିଜ ଖାଇବା ପାଇଁ ରଖିବା ସହ ମହିଳାମାନେ ବାକି ଶାଗ ବିକ୍ରି କରିବାକୁ ସହରକୁ ଆଣିଥାନ୍ତି । ବରଡ଼ା ଶାଗ ବିକ୍ରିକରି ଜଣେ ଜଣେ ମହିଳା ଦୁଇ ଶହ ରୁ ତିନିଶହ ଟଙ୍କା ଯାଏ ରୋଜଗାର କରିଥାନ୍ତି ।
ଏହି ଶାଗ ବିକ୍ରିକରି ମାସଟିଏ ଆଦିବାସୀମାନେ ଭଲ ଦି ପଇସା ରୋଜଗାର କରିଥାନ୍ତି । ଯାହା ସେମାନଙ୍କର ଜିବିକା ନିର୍ବାହରେ ସହାୟକ ହୋଇ ଥାଏ ।
କୋଶଳା, ଭାଜି,ଖଡ଼ା, ଭଳି ଶାଗ ବର୍ଷ ସାରା ମିଳୁଥିବା ବେଳେ ଏହି ଶାଗ କେବଳମାସଟିଏ ହିଁ ମିଳିଥାଏ। ଫଳରେ ଏହି ଶାଗ ଖାଇ ବା ଲାଗି ଅନାଇ ରହିଥାନ୍ତି ସ୍ଥାନୀୟ ଲୋକେ । ଏହି ଶାଗ ରେ କିଏ ମୁଗଯାଇ, ଆଉ କିଏ ହରଡ ଡାଲି, ଓ ବିଭିନ୍ନପରିବା ମଧ୍ୟ ମିଶାଇ ପ୍ରସ୍ତୁତ କରିଥାନ୍ତି । ଏହା ଖାଇବାକୁ ଯେପରି ସୁସ୍ୱାଦୁ ସେହିପରି ଭିଟାମିନ ମଧ୍ୟ ଭରପୁର ରହିଛି ଏଥିରେ । ଫଳରେ ଏହି ଶାଗର ବେଶ ଚାହିଦା ବଢିବାରେ ।

Leave a comment

Your email address will not be published. Required fields are marked *