#Breaking News #Uncategorized

ଉଦୟ ଲାବଣ୍ୟ ରେ ଖବର ପ୍ରସାରଣ ପରେ ଘାଟିଗୁଡ଼ା ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ


ଫୁଲବାଣୀ- (ସୁନୀଲ ପଟନାୟକ) ବିଭିନ୍ନ ଗଣମାଧ୍ୟମରେ ଲଗା ତର ଖବର ପ୍ରକାଶ ପାଇବାପରେ ପ୍ରଶାସନ ଚେତିଛି । ଦୀର୍ଘବର୍ଷ ଧରି କନ୍ଧମାଳ ଜିଲ୍ଲା। ଚକାପାଦ ବ୍ଳକ ଅନ୍ତର୍ଗତ କଖାରୁ ଝୋଲା ପଞ୍ଚାୟତର ଘାଟି ଗୁଡ଼ା ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ ହୋଇଛି । ଏହି ମରାମତି କାର୍ଯ୍ୟ ଅତିଶିଘ୍ର
କରାଯିବ ବୋଲି ଚକାପାଦ ବିଡିଓ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ ଆଉ ସେ ମଧ୍ୟ ତାଙ୍କ ପ୍ରତିଶୃତିରକ୍ଷା କରିଛନ୍ତି ।

ବିଡିଓ ଅନୀଲ କୁମାର ପଟନାୟକଙ୍କ କଡ଼ାନିର୍ଦ୍ଦେଶ ଫଳରେ ଦୀର୍ଘ ୩/୪ ବର୍ଷ ଧରି କାର୍ଯ୍ୟ ନ ହୋଇପଡିରହିଥିବା ଏହି ବନ୍ଧ କାମ ଆରମ୍ଭ ହୋଇଥିବାରୁ ଘIଟିଗୁଡ଼ା ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି । ଏବେ ବନ୍ଧ କାମ ହେବା ପରେ ବନ୍ଧରେ ପୁର୍ବ ଭଳି ପାଣି ରହିବ ଓ ସମସ୍ତ ଗ୍ରାମବାସୀ ଆରାମରେ ବ୍ୟବହାର କରିପାରିବେ ବୋଲି କହିଛନ୍ତି।
ଏହି ବନ୍ଧ କାର୍ଯପାଇଁ ଗତ ୨୦୧୮ /୧୯ ଆର୍ଥୀକ ବର୍ଷରେ ଚତୁର୍ଦ୍ଦଶରାଜ୍ୟ ଅର୍ଥ କମିଶନଆର୍ଥୀକ ସହାୟତାରେ ୨ ଲକ୍ଷ ଟଙ୍କା ମଂଜୁର ହୋଇଥିଲେ ମଧ୍ୟ କୌଣସି କାରଣରୁ କାମ ନ ହୋଇ ପଡିରହିଥିଲା। ସେତେବେଳେ କାମ ହେବ ବୋଲି ବନ୍ଧର ପାଣି କୁ ଶୁଖାଇ ଦିଆଯାଇଥିଲା ହେଲେ କାମ ଆରମ୍ଭ ହୋଇନ ଥିଲା। କେବଳ ବୋର୍ଡ ମାରିଦେଇ ପଞ୍ଚାୟତ ଚୁପ ବସିଥିଲା। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।
ବିଳମ୍ବରେ ହେଲେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ଶେଷରେ ଘାଟିଗୁଡ଼ା ବନ୍ଧ କାମ ଆରମ୍ଭ ହୋଇଛି ।
ତେବେ କାର୍ଯ୍ୟ ଯେପରି ଉନ୍ନତମାନର ହେବ ଓ ଲୋକମାନେ ଯେପରି ଉପକୃତ ହେବେ ସେନେଇ ବ୍ଳକ ପ୍ରଶାସନ ଓ ଯନ୍ତ୍ରୀ ଦୃଷ୍ଟିଦେବା ଲାଗି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି ।
ତେବେ କିଭଳି ପୁନରୁଦ୍ଧାର କାର୍ଯ୍ୟ ହେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର।

Leave a comment

Your email address will not be published. Required fields are marked *