#Headlines

୧୮ ଦିନ ଧରି ପ୍ରଶାସନ ଏ ଫାର୍ସ କରୁଥିଲା କାହିଁକି ? ସଫେଇ କର୍ମଚାରୀ ମାନଙ୍କ ନ୍ୟାର୍ଯ୍ୟ ଦାବି ନେଇ ଆନ୍ଦୋଳନ ପ୍ରତ୍ୟାହାର ହେଲା ।

୧୮ ଦିନ ପରେ ଆଠଗଡ ଏନ୍ଏସି ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି,ଗତ ୧୮ ଦିନହେଲା ସଫେଇ କର୍ମଚାରୀ ମାନେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ନେଇ ଆନ୍ଦୋଳନ ଚଳାଇ ଆସୁଥିଲେ,ହେଲେ ଆଠଗଡ ପ୍ରଶାସନ କିମ୍ବା ଏନ୍ଏସି ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ କୁ ଗୁରୁତ୍ୱ ନଦେଇ ସେମାନଙ୍କ ସହିତ ବାରମ୍ବାର ଆଲୋଚନା ଫସର ଫାଟି ଯାଉଥିଲା,ମଙ୍ଗଳବାର ଦିନ ପ୍ରଶାସନ ପୋଲିସ ସହାୟତା ରେ ଆଠଗଡ ଡ଼ିଏସପି, ଆଇଆଇସି ସହିତ ଆଠଗଡ ଥାନାର ସମସ୍ତ ଷ୍ଟାଫ ଙ୍କ ସହିତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ବିଦେଶରୁ ଆସିଥିବା ସଫେଇ କର୍ମଚାରୀ ମାନେ ଦୁର୍ଗାବଜାର,ଗଦାସାହି ପ୍ରଭୁତି ସ୍ଥାନରୁ ଅଳିଆ ଆବର୍ଜନା ସବୁ ସଫା କରୁଥିବା ଦେଖିବାକୁ ମିଳିଥିଲା, ଏନ୍ଏସି ଯଦି ଆଠଗଡ ସହରରେ ସଫେଇ କାର୍ଯ୍ୟକୁ ଘରୋଇକରଣ କରିବାର ଥିଲା ତେବେ ଗତ ୧୮ ଦିନ ଧରି ପ୍ରଶାସନ ଏ ଫାର୍ସ କରୁଥିଲା କାହିଁକି,

ଦିନକୁ ଦିନ ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ପ୍ରଶାସନ ଓ ଆଠଗଡ ଏନ୍ଏସି ଆନ୍ଦୋଳନ କାରୀ ମାନଙ୍କ ପାଖରେ ଶେଷରେ ମୁଣ୍ଡ ନୋଇଁଛି, ଆଠଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଏକ ବୈଠକ ରେ ସଫେଇ କର୍ମଚାରୀ ଙ୍କ ନେତା ରାମ ନାରାୟଣ ମହାନ୍ତି,ଆଠଗଡ ଡ଼ିଏସପି,ଆଈଆଇସି, ଏନ୍ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ମିଳିତ ହୋଇ ସଫେଇ କର୍ମଚାରୀ ଙ୍କ ଛଅ ଦଫା ଦାବିକୁ ମାନି ନେଇଥିବା ବେଳେ ସ୍ଥାୟୀ ଚାକିରୀ ସରକାର ଙ୍କ ଉପରେ ନିର୍ଭର କରେ ପୋଲି ପ୍ରଶାସନ କହିବା ପରେ ଆନ୍ଦୋଳନ ରତ ସଫେଇ କର୍ମଚାରୀ ମାନେ ଆନ୍ଦୋଳନ ରୁ ଓହରି ଯାଇ କାର୍ଯ୍ୟରେ ଯୋଗଦେବେ ବୋଲି ପ୍ରକାଶ କରିଛନ୍ତି,

ପ୍ରଶାସନ ଓ ଏନ୍ଏସି ଯଦି ସେହି ଦାବି ବୁଡିକ ପୁରଣ କରିବାର ଥିଲା ତେବେ ସଫେଇ କର୍ମଚାରୀ ମାନେ ଆନ୍ଦୋଳନ କରିବାର କିଛି ଆବଶ୍ୟକ ନଥିଲା,ଗତ ୩୦ ବର୍ଷ ଧରି ବିଜେଡି କବଳରେ ଥିବା ସଫେଇ କର୍ମଚାରୀ ସଂଘ ବିଜେପି କବଳକୁ ଚାଲିଯାଇଥିବା ବେଳେ ଏକରକମ ବିଜେପି ର ଜିତ ହୋଇଥିବା କୁହାଯାଇପାରେ, ସେଥିପାଇଁ ରାମ ନାରାୟଣ ମହାନ୍ତିଙ୍କୁ ସବୁ ଶ୍ରେୟ ଯାଇପାରେ, ଦେଖାଯାଉ ଆଗକୁ ପୌର ନିର୍ବାଚନ ହେବାକୁ ଥିବା ବେଳେ ସଫେଇ କର୍ମଚାରୀ ମାନେ କେଉଁ ଆଡକୁ ଢଳୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave a comment

Your email address will not be published. Required fields are marked *