#Breaking News #District

ଦୁଇଟି ନୂତନ ରୁଟ ରେ ଓ ଏସ୍ ଆର୍ ଟି ସି ବସ ର ଶୁଭାରମ୍ଭ


ଫୁଲବାଣୀ(ଉଲ୍ଲାପ୍ର )
ଓ ଏସ୍ ଆର୍ ଟି ସି ପକ୍ଷରୁ ଫୁଲବାଣୀ ରୁ ଦୁଇଟି ନୂତନ ରୁଟ ରେ ବସ୍ ସେବା ଆରମ୍ଭ ହୋଇଛି l
ଫୁଲବାଣୀ ରୁ କେନ୍ଦୁଝର ଓ କେନ୍ଦୁଝର ରୁ ଫୁଲବାଣୀ କୁ ବସ୍ ସେବା ଗତ ଦୁଇଦିନ ହେଲା ଆରମ୍ଭ ହୋଇଛି l ଏହି ବସ୍ ସକାଳ ପାଞ୍ଚଟା ରୁ ବାହାରି ଗୋଟାଏ ତିରିଶ ରେ ପହଞ୍ଚିବ ଆଉ ସେଠାରୁ ତିନିଟା ବେଳେ ବାହାରି ଫୁଲବାଣୀ ରେ ରାତି ଏଗାର ଟା ତିରିଶ ମିନିଟ୍ ରେ ପହଁଞ୍ଚିବl
ସେହିପରି ଅନ୍ୟ ଏକ ବସ୍ ସେବା ଫୁଲବାଣୀ ରୁ ରେଢ଼ାଖୋଲ ଯିବା ଆସିବା କରୁଛି l ଫୁଲବାଣୀ ରୁ ସକାଳ ପାଞ୍ଚଟା ରେ ବାହାରି ଆଠଟା ରେ ରେଢ଼ାଖୋଲ ରେ ପହଁଞ୍ଚିବ ଅlଉ ସେଠାରୁ ସକାଳ ଦଶଟା କୋଡ଼ିଏ ରେ ବାହାରି ଗୋଟାଏ ପଚିଶ ରେ ଫୁଲବାଣୀ ରେ ପହଂଚିବ l
ଏହି ଦୁଇଟି ବସ୍ ଦୁଇ ଟି ଲେଖାଏଁ ସିଟ୍ ବ୍ୟବସ୍ଥା ରହିଛି l ଅଫ୍ ଲାଇନ୍ ଓ ଅନ୍ ଲାଇନରେ ଟିକେଟ ବିକ୍ରି ବ୍ୟବସ୍ଥା ରହିଛି l
ଦିର୍ଘ ଦିନ ହେଲା ଏହି ରୁଟ ରେ ବସ ଚଳା ଚଳ ପାଇଁ ଦାବି ହୋଇଆସୁଥିଲା l ବସ୍ ସେବା ଆରମ୍ଭ ହେବା ଫଳରେ ଫୁଲବାଣୀ ରେ ଖୁସି ର୍ ଲହରି ଖେଳିଯାଇଛି l

September 3 to 9

Leave a comment

Your email address will not be published. Required fields are marked *