#Headlines

ହତାସିଆ ଟ୍ୟୁସନ୍‌ ମାଷ୍ଟର! ଛାତ୍ରୀଙ୍କ ଘରେ ପଶି ଗଳା କାଟିଦେଲେ

ବାଲୁଗାଁ (ବ୍ୟୁରୋ): ପ୍ରେମ କରି ନିରାଶ ହେବା ପରେ କଲେଜ ଛାତ୍ରୀଙ୍କ ଘରେ ପଶି ବେକ କାଟିଦେଲେ ଏକ ତରଫା ପ୍ରେମିକ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ହତାସିଆ ପ୍ରେମିକକୁ ଅଟକ ରଖି ପଚରାଉଚରା କରୁଛି।ବାଲୁଗାଁ ମହାବିଦ୍ୟାଳୟରେ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷରେ ପାଠ ପଢ଼ନ୍ତି ମଙ୍ଗୁ(ଛଦ୍ମନାମ)। ତାଙ୍କୁ ଜଣେ ଟ୍ୟୁସନ୍‌ ମାଷ୍ଟର ଏକ ତରଫା ପ୍ରେମ କରୁଥିଲେ। ଏପରି ବିବାହ କରିବା ପାଇଁ ପ୍ରେମ ନିବେଦନ କରୁଥିଲେ। ମାତ୍ର ଏଥିରେ ମଙ୍ଗୁ ରାଜି ହୋଇନଥିଲେ। ଯେଉଁଥିପାଇଁ ଟ୍ୟୁସନ୍‌ ସାର ବିଚଳିତ ହୋଇପଡ଼ିଥିଲେ। ଆଉ ପ୍ରେମୀକାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ।କାଲି ରାତି ପ୍ରାୟ ୭ରୁ ୮ଟା ହେବ। ମଙ୍ଗୁ ତାଙ୍କ ଭାଉଜଙ୍କ ସହ ଘରେ ଥିଲେ। ଏହି ସମୟରେ ପ୍ରେମିକ ପ୍ରବର ଘର ପଛ ପାର୍ଶ୍ୱ ଦେଇ ଆସି ଏକ ଧାରୁଆ ଛୁରିରେ ମଙ୍ଗୁଙ୍କ ଗଳା କାଟି ଦେଇଥିଲେ। ତେବେ ଚିତ୍କାର ଶୁଣି ମଙ୍ଗୁଙ୍କ ଭାଉଜ ଚାଲି ଆସିବାରୁ ହତାସିଆ ପ୍ରେମିକ ପ୍ରବର ସେଠାରୁ ଚମ୍ପଟ ମାରିଥିଲେ।

ସମ୍ପାଦନା – ମନୋରଞ୍ଜନ ମହାପାତ୍ର

Leave a comment

Your email address will not be published. Required fields are marked *