ଚାଉଳ ବଣ୍ଟନରେ ବିଳମ୍ବ ; ମାଧପୁର ପଞ୍ଚାୟତରେ ଉତ୍ତେଜନା

admin | May 5, 2020 | 47 views |0 | Exclusive

ବଡ଼ସାହି : ସରକାରୀ ରିହାତି ଚାଉଳ ବଣ୍ଟନରେ ବିଳମ୍ବକୁ ନେଇ ମଙ୍ଗଳବାର ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ମାଧପୁର ପଞ୍ଚାୟତରେ ଉତ୍ତେଜନା ଦେଖାଯାଇଥିଲା। ଚାଉଳ ନେବାକୁ ଅପେକ୍ଷା କରିଥିବା ହିତାଧିକାରୀ ସକାଳ ପାଖରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଧାଡ଼ିବାନ୍ଧି ଅପେକ୍ଷା କରିଥିଲେ ହେଁ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଖୋଲା ନ ଯିବାକୁ କେନ୍ଦ୍ର କରି ଅସନ୍ତୋଷ ଦେଖାଦେଇଥିଲା ପରେ ଉତ୍ତେଜନା ରୂପ ନେଇଥିଲା। ଖବର ପାଇ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।ସୂଚନା ଅନୁଯାୟୀ, ପ୍ରାଣଘାତୀ କୋରନା ଭୂତାଣୁ କୋଭିଡ଼-୧୯ର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ମାର୍ଚ୍ଚ ୨୪ତାରିଖରୁ ତାଲାବନ୍ଦ ଘୋଷଣା କରିଥିଲେ। ରିହାତି ଚାଉଳ ପାଉଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାର ଏକସଙ୍ଗେ ୩ମାସର ଚାଉଳ ସହିତ ନଗଦ ୧ହଜାର ଟଙ୍କା ସହାୟତା ରାଶି ପ୍ରଦାନ ନିଷ୍ପତ୍ତି ଅନୁଯାୟୀ ପ୍ରଶାସନ ପକ୍ଷରୁ ବଣ୍ଟନ କରାଯାଉଥିଲେ ହେଁ ୪୩ଦିନ ପରେ ମଧ୍ୟ ମାଧପୁର ପଞ୍ଚାୟତର ବହୁ ଜନସାଧାରଣ ସେଥିରୁ ବଞ୍ଚିତ ରହିଥିଲେ। ମଙ୍ଗଳବାର ଚାଉଳ ଓ ଟଙ୍କା ବଣ୍ଟନ କରାଯିବ ନେଇ ସୂଚନା ପାଇ ହିତାଧିକାରୀ ଭୋରରୁ ଆସି ଧାଡ଼ିରେ ଛିଡ଼ା ହୋଇଥିଲେ। ତେବେ ମଧ୍ୟାହ୍ନ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟକୁ କେହି ନ ପହଞ୍ଚିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ହିତାଧିକାରୀ ଶୁକଦେବ ଖିଲାର, ଅନ୍ତର୍ଯ୍ୟାମୀ ନାଏକ, ଲକ୍ଷ୍ମିକାନ୍ତ ନାଏକ, ଆଶମଣି ନାଏକ, ପୂଣ୍ଣିମା ଖିଲାର, ଅଶୋକ ଖିଲାର ଓ ବାଦଲ ପାତ୍ର ପ୍ରମୁଖ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କୁ ଘଟଣା ସମ୍ବନ୍ଧରେ ଜଣାଇବାରୁ ସେ ପହଞ୍ଚି ଯୋଗାଣ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ଓଜନ ଯନ୍ତ୍ର ଖରାଫ ପାଇଁ ଚାଉଳ ବଣ୍ଟନ ସମ୍ଭବ ହେଉନାହିଁ କହି ଦୁଃଖ ପ୍ରକାଶ କରିଥିଲେ। ତେବେ ହିତାଧିକାରୀଙ୍କୁ ଅସୁବିଧା ସମ୍ବନ୍ଧରେ ଜଣାଇ ନଥିବାରୁ ଶ୍ରୀ ପାତ୍ର ବିରକ୍ତ ପ୍ରକାଶ କରି ଜିଲାପାଳଙ୍କୁ ସମସ୍ତ ବିଷୟ ଜଣାଇଥିଲେ। ଭୋକ ଓପାସରେ ଅପେକ୍ଷାରତ ହିତାଧିକାରୀଙ୍କୁ ଶ୍ରୀ ପାତ୍ର ବିସ୍କୁଟ ଓ ପାଣି ପ୍ରଦାନ କରିଥିଲେ। କିଛି ସମୟ ପରେ ଓଜନ ଯନ୍ତ୍ର ଆଣି ଯୋଗାଣ ବିଭାଗ ପକ୍ଷରୁ ଚାଉଳ ବଣ୍ଟନ କରାଯାଇଥିଲା। ତାଲାବନ୍ଦ ପାଇଁ ସରକାର ଅସହାୟ ଓ ଗରିବ ଲୋକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରୁଥିବା ସମୟରେ କିଛି ଦାୟିତ୍ୱ ହୀନ ବ୍ୟକ୍ତି ବିଶେଷ ପାଇଁ ତଳସ୍ତରରେ ଯୋଜନା ଦିଗହରା ହେଉଥିବା ନେଇ ଶ୍ରୀ ପାତ୍ର କ୍ଷୋଭ ପ୍ରକାଶ କରିଥିଲେ।

Share this

Related Posts

ଆଜି ଘର ଚଟିଆ ଦିବସ, ହେଲେ ଘର…

Udaya_Labanya | March 20, 2023 | 35 views |1

ହଜି ଗଲେଣି ଘର ଚଟିଆ, ଚାକ ଚକ୍ୟ ସହରୀ ସଭ୍ୟତା ମଧ୍ୟରେ ଆଉ ଚାଳ ଛପର ଘର ଦେଖିବାକୁ ମିଳୁନାହିଁ, ଏମାନଙ୍କ ବଂଶ ବୃଦ୍ଧିପାଇଁ ବନବିଭାଗ ମଧ୍ୟ ପଦକ୍ଷେପ ନେଉନାହିଁ, ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ଘରର ଛାତ ତଳେ…

ଆଠଗଡ ରେ ବଂଶ ପରମ୍ପରାର ନଜିର ନାହିଁ,…

Udaya_Labanya | March 15, 2023 | 158 views | 0

ଆଠଗଡ ( buro news )ଆଠଗଡ ତିଗିରିଆ ଏକ ଗଡଜାତ ମାଟି ଓ ସଂଗ୍ରାମୀ ମାଟି, ଏହି ବିପ୍ଲବୀ ମାଟିରୁ ଆରମ୍ଭ ହୋଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ, ପ୍ରଜା ମଣ୍ଡଳ ଆନ୍ଦୋଳନ ଯୋଗୁ ରାଜାବି ହଟିଥିଲେ ରାଜଗାଦି ରୁ ଓ ଆଠଗଡ…

Leave a Reply

Your email address will not be published. Required fields are marked *

Archives

Categories