#Breaking News #District

ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାୟୀ ଗମନାଗମନ ବ୍ୟବସ୍ଥା,ସର୍ତ୍ତାଗୁଡା -ମିଣିଆକାଠି ରାସ୍ତାନିର୍ମାଣ


ଫୁଲ ବାଣ(ସୁନୀଲ ପଟନାୟକ )
ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥୀକ ସହାୟତାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ମାଓ ଇଲାକାରେ ଥିବା ଗ୍ରାମଗୁଡିକୁ ସ୍ଥାୟୀ ପିଚୁରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି। ବିଶେଷକରି ଫୁଲବାଣୀ ପୂର୍ତବିଭାଗ ଡିଭିଜନ ପକ୍ଷରୁ ଏବେଫୁଲବାଣୀ ସହର
ନିକଟବର୍ତ୍ତୀ ସର୍ତ୍ତାଗୁଡା ଛକ ରୁ ମିଣି ଆକାଠିଗ୍ରାମ କୁ ପିଚୁ ରାସ୍ତାକାମ ହାତକୁ ନିଆଯାଇଛି l କାମ ମଧ୍ୟ ଯୋର ସୋରରେ ଚାଲିଥିବା ଦେଖିବାକୁ ମିଳୁଛି l କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଶ୍ରେଣୀ ଠିକାଦାର ଆନନ୍ଦ କୁମାର ଦାସ ଓ ପ୍ରମୋଦ କୁମାର ସ୍ୱାଇଁ ଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟ ଦକ୍ଷତା, ଅଭିଜ୍ଞତା ଯୋଗୁଁ ମାସ କେଇଟା ରେ ପ୍ରାୟ ପଚାଶ ଭାଗ ରାସ୍ତା କାର୍ଯ୍ୟ ସରିଗଲାଣି l
ନିର୍ମାଣ କାର୍ଯ୍ୟ ମଧ୍ୟ ସରକାରି ନୀତି ନିୟମ ପ୍ରକାରେ କରାଯାଉଥିବା ଦେଖାଯାଇଛି l
ବର୍ତମାନ ସୁଧା ସୁଦୃବାଲି ଯାଏ କାମ ଚାଲିଛି lଅଢେଇ କିମି ଯାଏ ମେଟା ଲିଂ ମଧ୍ୟ ସରିଥିବାବେଳେ ୬ ଗୋଟି କଲଭର୍ଟ କାମ ସରି ଯାଇଥିବାବେଳେ ଦୁଇଟି ର କାର୍ଯ୍ୟ ଜୋରସୋର ରେ ଚାଲିଛି l ଏପ୍ରିଲ ଶେଷ ସୁଧା ଡକା ଙ୍ଗି ଯାଏ ରାସ୍ତା ସରିଯିବବୋଲି ଠିକାଦାର ଦାସ କହିଛନ୍ତି l
ଏକଦା ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅତିକ୍ରମ କରି ଲୋକେ ଖାଲ ଢିପ ରାସ୍ତା ଜୀବନକୁ ବାଜୀ ଲଗାଇ ନଦୀ ନାଳପାର ହୋଇ ଗାଁ କୁ ଯା ଆସ କରୁ ଥିଲେ। ସାଇ କଲ କିମ୍ବା ମୋଟରସାଇକଲ ରେ ଯିବାଆସିବା କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଥିଲ। । ଚାରି ଚକିଆ କଥା ନକହିବା ଭଲ lଫଳରେ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସଗାଁ କୁ ଆସିପାରୁନଥିଲ।ଫଳରେ ଲୋକେନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ଦେହ ଖରାପ ହେଲେ ରୋଗୀ କୁ ଖଟିଆ ରେ ବୋହି ମାଇଲ ମାଇଲ ବାଟ ବୋହି ଆଣିବାକୁ ପଡୁଥିଲା l
ସ୍ଥାୟୀ ରାସ୍ତା ପାଇଁ ଦୀର୍ଘବର୍ଷ ହେଲା ଗ୍ରାମବାସୀ ଦାବୀ କରିଆସୁଥିଲେ l ଏପରିକି ବିଭିନ୍ନ ସମୟରେ ଗ୍ରାମବାସୀ ରା଼ଲ୍ଲୀ କରିବା ସହ ଗତ2019 ସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ ବି କରିଥିଲେ ତଥାପି
ମଧ୍ୟ ଅର୍ଥ ଅନୁଦାନ ଅଭାବରୁ ରାସ୍ତାକାମ ହୋଇପାରୁ ନ ଥିଲା। ତେବେ ବର୍ତ୍ତମାନର ପୂର୍ତ୍ତ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରିୟବ୍ରତ ସାମନ୍ତରାୟ ଓ ଯନ୍ତ୍ରୀ ଙ୍କ କାର୍ଯ୍ୟଦକ୍ଷତା,ନିଷ୍ଠା, ଆନ୍ତରୀକ ଉଦ୍ୟମ ଯୋଗୁଁ ଦୁର୍ଗମ ଅଞ୍ଚଳ
ମିଣିଆକାଠି କୁ ସ୍ଥାୟୀ ପିଚୁ ରାସ୍ତାନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛିl ଫଳରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ସାଧୁବାଦ ଜଣାଇଛନ୍ତି।
ଗମନା ଗମନ ର ସୁବିଧା ହେଲେ ଲୋକଙ୍କ ସାମାଜିକ ଓ ଅର୍ଥ ନୈତିକ ଅଭିବୃଦ୍ଧି ଘଟିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ସାମନ୍ତରାୟ କହିଛନ୍ତି l ପ୍ରାୟ ୧୮କିଲୋମିଟର ବ୍ୟାପୀ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ପାଇଁ ୧ ୫ କୋଟି ୯ 0ଲକ୍ଷ ୨ ୬ ହଜାର ଟଙ୍କା ବ୍ୟୟ ବରାଦ ରହିଥିବା ଅଧିକ୍ଷଣ ଯନ୍ତ୍ରୀଇଂ. ସାମନ୍ତରାୟ କହିଛନ୍ତି l
ଏହି ରାସ୍ତା କାର୍ଯ୍ୟ ଅତି ଶିଘ୍ର ସାରିବା ଲାଗି ଉଦ୍ୟମ କରିବେ ବୋଲି ସେ କହିଛନ୍ତି l
ଏହି ରାସ୍ତା ହେଲେ ଫୁଲବାଣୀ, ସର୍ତ୍ତାଗୁଡା, ଗୁମି,ତାଡପଙ୍ଗା, ସୁଦୁବାଲି, ମିଣିଆକାଠି ଆଦି ଗ୍ରାମର ହଜାରେ ରୁ ଉର୍ଧ୍ଵ ଲୋକେ ସ୍ଥାୟୀ ଗମନାଗମନ ର ସୁବିଧା ପାଇବେ ବୋଲି ଜଣା ପଡ଼ିଛି l ଏହି ରାସ୍ତା କାର୍ଯ୍ୟ କୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗତ ନଭେମ୍ବର ମାସରେ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ l

Leave a comment

Your email address will not be published. Required fields are marked *