#Breaking News

ପଞ୍ଚାୟତରାଜ ମନ୍ତ୍ରୀଙ୍କ ସମୀକ୍ଷା କନ୍ଧମାଳ ଜିଲ୍ଲାରେ ସମସ୍ତଙ୍କ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ଵ

ଫୁଲବାଣୀ – ୨୯/୭ (ସୁନୀଲ ପଟ୍ଟନାୟକ) – କନ୍ଧମାଳ ଜିଲ୍ଲାରେ କିଭଳି ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ସମସ୍ତଙ୍କ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ ଓ ମୁଖ୍ୟମନ୍ତ୍ରୀଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ ର କାର୍ଯ୍ୟ ଯେପରି ନିର୍ଦ୍ଧାରୀତ ସମୟ ସୀମା ମଧ୍ୟରେ ସରିବ ସେ ନେଇ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାଲାଗି ଦୁଇ ଦିନିଆ କନ୍ଧମାଳ ଗ୍ରସ୍ତ ରେ ଆସି ଗୁରୁବାର ଫୁଲ ବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ସମସ୍ତ ସରକାରି ଯୋଜନା ଜିଲ୍ଲାରେ ଯେପରି ଠିକ ଭାବେ କାର୍ଯ୍ୟ
କାରି ହେବ ଓ ଗ୍ରାମାଞ୍ଚଳର ଲୋକେ ଯେପରି ସୁଫଳ ପାଇ ପାରିବେ ସେଥିପ୍ରତି ଦୃଷ୍ଟିଦେବାଲାଗି ବିଭାଗୀୟ ଅଧିକାରି ମାନଙ୍କୁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ,ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର,ଜିଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ଜିଲ୍ଲାପରିଷଦ ଅଧ୍ୟକ୍ଷା ଆକାକ୍ଷାଂ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ଵରଂଜନ ନା ଏକ, ସାଂସଦ ପ୍ରତିନିଧି ପ୍ର ମୁଖଙ୍କ ସମେତ ସମସ୍ତ ବିଡିଓ,ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।

Leave a comment

Your email address will not be published. Required fields are marked *