#Breaking News

ଖଜୁରୀପଡ଼ା ପିଆଇଏଙ୍କ ମନ ମାନୀ, ତହସିଲଦାରଙ୍କ ନିର୍ଦ୍ଦେଶ ଅମାନ୍ୟ କରି ଖୋଳିଲେ ପୋଖରୀ


ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ) କରେ। ନା ସଂକ୍ରମଣପାଇଁ ଲୋକଙ୍କ ଜୀବନଜୀବିକା ବିପନ୍ନ ହୋଇଥିବାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବାକୁ ସରକାର ମନ ରେ ଗା ଯୋଜନାରେ ଫାର୍ମ ପଣ୍ଡ ଖୋଳିବା ଲାଗି କହିଛନ୍ତି ଓ ଲକ୍ଷ୍ୟଧାର୍ଯ୍ୟ ମଧ୍ୟ କରିଛନ୍ତି । ଏହାଫଳରେ

ଚାଷୀଙ୍କ ଜମିକୁ ଜଳ ଯୋଗାଇବା ଓ ଅଞ୍ଚଳରେ ଜଳସ୍ତର ବୃଦ୍ଧି କରିବା ସହ କର୍ମନିଯୁକ୍ତି ମଧ୍ୟ ପାଇବାଲକ୍ଷ୍ୟ ରହିଛି ସରକାରଙ୍କର ।ହେଲେ ସରକାର ଙ୍କ ଲକ୍ଷ୍ୟ ସାଧିତ ହେଉନ ଥିବା ଜଣ।ପଡିଛି । ଜଳବିଭାଜିକା ପ୍ରକଳ୍ପ ପକ୍ଷରୁ ଖଜୁରୀପଡ଼ା ଦାୟୀତ୍ଵରେ ଥିବା ପିଆଇଏ ଙ୍କ ମନମୁଖି କାରବାର, ଦୁର୍ନିତୀ ପୂର୍ଣ୍ଣମନୋଭାବ, ଯୋଗୁ ସରକାରି ନିତୀନିୟମ ଉଲଙ୍ଘନ କରି ସରକାରୀ ଜମିରେ ହିତାଧିକାରୀଙ୍କୁ ପୋଖରୀ ଖୋଳିବା ଲାଗି କାର୍ଯ୍ୟ।ଦେଶ ଦିଆଯାଇଥିବା ଅଭିଯୋଗ ହୋଇଛି ।
ପୋଖରି ଖୋଳିବା ଆରମ୍ଭ ବେଳେଏନେଇ ଗ୍ରାମବାସୀ ଖଜୁରୀପଡ଼ା ତହସିଲଦାର ସ୍ଵପ୍ନିତା ନ।ଏକ ଙ୍କ ନିକଟରେ ଅଭିଯୋଗ କରିବାପରେ ତହସିଲଦାର ଏହା ସରକାରୀ ଜମି ବୋଲି ଖୋଲିବାଲାଗି କୁ ଆଡେବାରଣ କରିଥିଲେ । ଗୁଦାରୀ ଆରଆଇ ସୁନୀଲ ଡିଗଲ ବେଡ।ଙ୍ଗପାଜୁ ଯାଇ ଘଟଣାର ତଦନ୍ତ କରିବା ପରେ ଖାତ। ନମ୍ବର ୧୨୨ ଓ ପୁଟ ନମ୍ବର ୧୩୩୫ରେ ପୋଖରୀ ଖୋଳାଯାଇଥିବା ଏହି ଯାଗା ଜଳସେଚନ ବିଭାଗର । କେନାଲ ପାଇଁ ପୂର୍ବରୁ ଜଳସେଚନ ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ଆର ଆଇ ଡିଗଲ କହିଛନ୍ତି। ଜଳସେଚନ ବିଭାଗ କିମ୍ବା ପାଣିପଞ୍ଚାୟତ ଅଭିଯୋଗ କରିବା କଥା କିନ୍ତୁ ସେମାନେ କାହିକି ଚୁପବସିଛନ୍ତି ଜଣା ପଡୁନି ।
ସେହିପରି ସବୁ ଜାଣି ଜଳ ବିଭାଜିକା ପିଆଇଏ କେମିତି ସରକାରୀଜଳ ସେଚନ ବିଭାଗ ର ଜମି ଉପରେ ମନରେଗା ଯୋଜନାରେ ପୋଖରୀ ଖୋଳିବା ପାଇଁ ବିଚିତ୍ର ପ୍ରଧାନ ନାମକ ବ୍ୟକ୍ତିଙ୍କୁ କାର୍ଯ୍ୟ। ଦେଶ ଦେଲେ କେମିତି? ଏହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି l ସେହିପରି ହିତାଧିକାରୀ ପ୍ରଧାନ ଶ୍ରମିକମାନଙ୍କୁ ନିୟୋଜିତ ନକରି ଜେ ସିବି ମେସିନ ଲଗାଇ ପୋଖରି ଖୋଳୁଛନ୍ତି । ଏହା ତଦନ୍ତ ସାପେକ୍ଷ ।
ବିଭାଗର କିଛି ଅସାଧୁ କର୍ମଚାରୀ କୁ ଆଡେ ଜେସିବି ମେସିନ ଲଗାଇବା ଲାଗି ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି । କେବଳ ବେଡାଙ୍ଗ ପାଜୁ ଗୋଟିଏ ଗ୍ରାମ ନୁହେଁ ବ୍ଲ୍କ୍କ୍କ୍କ ଅଧିନରେ ଚାଲିଥିବା ଅର୍ଦ୍ଧାଧିକ ସ୍ଥାନରେ ଜେସିବି ମେସିନ ଲଗାଇ କାମ କରାଯାଉଥିବା ଦେଖିବାକୁ ମିଳିଛି ।
ଏଣୁ, ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ସରକାରୀ ଜମି ଉପରେ ପୋଖରୀ ଖୋଳାଯାଇଥିବାରୁ ହିତାଧିକାରୀଙ୍କୁ ଅର୍ଥ ଅନୁଦାନ ନ ଦେବାଲାଗି ଦାବୀ ହେଉଛି ।

Leave a comment

Your email address will not be published. Required fields are marked *