#Breaking News

ବିଜେପି ପକ୍ଷରୁ ଦୁଘଟଣା ରେ ସହୀଦ ସେନା କର୍ମଚାରୀ ଙ୍କୁ ଶ୍ରଦ୍ଧାଞ୍ଜଳି


ଫୁଲବାଣୀ 9/12(ସୁନୀଲ ପଟନାୟକ )
ତାମିଲନାଡୁ ରେ ଏକ ହେଲିକା ପ୍ଟର ଦୁର୍ଘଟଣା ରେ ଭାରତ ର ପ୍ରତିରକ୍ଷା ବାହିନୀ ମୁଖ୍ୟ (ସି ଡି ଏସ )ଜେନେରାଲ ବିପିନ ରାବତ ଓ ତାଙ୍କ ଧର୍ମ ପତ୍ନୀ ଙ୍କ ସମେତ ଅନ୍ୟ ୧ ୧୧ ଜଣ ସେନା ଅଧିକାରୀ ପ୍ରାଣ ହରାଇବା ଖବର ଜଣା ପଡିବା ଫଳରେ ସମଗ୍ର ଦେଶ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଫୁଲବାଣୀ ରେ ମଧ୍ୟ ସ୍ଥାନୀୟ ଲୋକେ ଶୋକ ବ୍ୟକ୍ତ କରିଥିଲେ l
ଏ ନେଇ ଗୁରୁବାର ସନ୍ଧ୍ୟା ରେ ସ୍ଥାନୀୟ ବିଜୁ ପଟନାୟକ ଛକ ନିକଟରେ ବିଜେପୀ ପକ୍ଷରୁ ଜେନେରାଲ ରାବତ ଓ ଅନ୍ୟ ସେନା କର୍ମଚାରୀ ଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ l ସେହିପରି ନିରବ ପ୍ରlର୍ଥ ନା ମଧ୍ୟ କରାଯିବା ସହ ଦୀପ ପ୍ରଜ୍ୱଳ ନ କରାଯାଇ ଥିଲା l
ଏହି କାର୍ଯ୍ୟ କ୍ରମ ସମାଜ ସେବୀ ରମେଶ ମହାନ୍ତି (ବନ ଭାଇ)ଙ୍କ ନେତୃତ୍ବରେ, ଭଗବାନ ମହାନ୍ତି, ଲିଙ୍ଗରାଜ ଦଳଵେହେରା, ପୂର୍ବତନ ଜଵାନ ଶିବ ଶଙ୍କର ପାତ୍ର, ପୂର୍ବତନ ଜଵାନ ଅଶୋକ ମେକାପ,ଜିତେନ୍ଦ୍ର ଖଟୁଆ, ଓ ଟିମ୍ ହ୍ଵୁମାନିଟି କନ୍ଧମାଳର ଲୋକନାଥ ରାଜୁ, ଜଗନ୍ନାଥ ରାଜୁ ଓ ଅନ୍ୟାନ୍ୟ ସଦସ୍ୟ, ସମାଜସେବୀ ଅଶୋକ ପରିଡ଼ା, ବିଶ୍ଵ ରଞ୍ଜନ ଦାସ, ଜିଲୁ ସାହୁ, ପ୍ରଶାନ୍ତ ପଟ୍ଟନାୟକ, ସନ୍ତୋଷ ସ୍ଵାଇଁ, ଅନେକ ପୋଲିସ କର୍ମଚାରୀ, ବ୍ୟବସାୟୀ ଏବଂ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇ ସହୀଦ ମାନଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave a comment

Your email address will not be published. Required fields are marked *