#Breaking News

ତହସିଲ ଅଫିସ ସମ୍ମୁଖରେ ଜମାକାରୀ ମାନଙ୍କ ଧାରଣା


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ଆହୂତ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କ୍ରମେ ଆଜି ବରଗଡ଼ ଜିଲ୍ଲା ର ସମସ୍ତ ତହସିଲ ଅଫିସ ସମ୍ମୁଖରେ ଜିଲ୍ଲା ର ଜମାକାରୀ ମାନେ ଧାରଣା ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ବିଗତ ଦିନରେ ବିଭିନ୍ନ ଆର୍ଥିକ ସଂସ୍ଥା ଗୁଡ଼ିକ ରେ ଲୋକେ ତାଙ୍କ କଷ୍ଟ ଲବ୍ଧ ଟଙ୍କା ଜମା କରିଥିଲେ। ତେବେ ପରବର୍ତ୍ତୀ ସମୟରେ ସେମାନେ ଲୁଟ୍ ର ଶିକାର ହୋଇଥିଲେ। ଏ ସଂକ୍ରାନ୍ତରେ ରାଜ୍ୟ

ସରକାରଙ୍କ ପକ୍ଷରୁ ଗତ ନଅ ବର୍ଷ ହେବ ଦୁଇଟି କମିଶନ ଗଠନ କରି ଅର୍ଥ ଫେରସ୍ତ ର ମିଛ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଭୋଟ ସମୟରେ ଭୋଟ ଆଦାୟ କରୁଛନ୍ତି। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଜମାକାରୀ ମାନେ ଉଚିତ୍ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି। ଆନ୍ଦୋଳନ ରେ କେନ୍ଦ୍ରୀୟ ମିଳିତ ମଞ୍ଚର ସଭ୍ୟ ରମେଶ ମହାପାତ୍ର, ଜିଲ୍ଲା ସଂଯୋଜକ ସୁଶାନ୍ତ ମହାପାତ୍ର, ଶତ୍ରୁଘ୍ନ ମହାକୁର, ଲୋକନାଥ ଜାଲ,ସନାତନ ମହାନନ୍ଦ,ଗୋକୁଳ ସାହୁ ପ୍ରମୁଖ ବହୁ ଜମାକାରୀ ମାନେ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *