#Breaking News #Uncategorized

ସାବିତ୍ରୀ ପାଇଁ ବାଲିଗୁଡ଼ା ରେ ଅସମ୍ଭବ ଭିଡ, ଅଠର ଗୋଟି ଦୋକାନ ଉପରେ ଚଢ଼ାଉ କରି ତାଲା ଠୁଙ୍କିଲେ ତହସିଲଦାର


ଫୁଲ ବ।ଣୀ-( ସୁନୀଲ ପଟନାୟକ)
ରାତି ପାହିଲେ ସାବିତ୍ରୀ। ଫଳରେ ଯେ ନ ତେନ ପ୍ରକାରେ ସାବିତ୍ରୀମାନଙ୍କ ଫରମାଇସ ପୁରଣ କରିବା ପାଇଁ ସତ୍ୟବାନମାନଙ୍କବଜ।ରରେ ପ୍ରବଳ ଭିଡ । ବ୍ୟବସାୟୀମାନେ ମଧ୍ୟ ଦି ପଇସା ଭଲ ବେପାର କରିବାପାଇଁ କରେ । ନା କଟକଣା ସବୁ ଭୁଲିବେପାର ଆରମ୍ଭ କରିଦେଲେ। ଫଳରେ ତହସିଲଦାର ସ ଦଳ ବଳେ ଚଢାଉ କରି ୧୮ ଦୋକାନ ସିଲ କରି ତାଲା ଠୁକି ଦେଲେ । ଯାହାକି ଚର୍ଚାର ବିଷୟ ପାଲଟିଛି ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡ଼ା ସହ ର ରେ।
ମହାମାରୀ କରୋନା ର ଦ୍ବିତୀୟ ଲହର ଚେନ ଭାଙ୍ଗିବାକୁ ସରକାରୀଗାଇଡଲାଇନ୍ ଅନୁପାଳନ କରିବା ସହିତ ଲକ୍ ଡାଉନ୍ ସହ ସପ୍ତାହନ୍ତ ସଟ ଡାଉନ୍ ଜାରୀ କରିଛନ୍ତି ସରକାର।
ଆଜି ସାବିତ୍ରୀ ପାଇଁ ବାଲିଗୁଡ଼ା ବଜାର ରେ ଅସମ୍ଭବ ଭିଡ ଜମାଇଥିଲେ ଲୋକେ, ବିନା ମାସ୍କ୍କ ଓ ବିନା ସାମାଜିକ ଦୂରତା ରେ କିଣାବିକା ଚାଲିଥିବାଖବର ପାଇ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ଘଟଣାସ୍ଥଳରେପହଞ୍ଚି ଅଠର ଗୋଟି ଦୋକାନ କୁ ସିଲ୍ କରିବା ସହ ଜରିମାନ । ଆଦାୟ କରିଥିଲେ ଫଳରେଏଥିରେ ଉତ୍ କ୍ଷିପ୍ତ ହୋଇ ବ୍ୟବସାୟୀ ମାନେ ଏକ ଯୁଟ ହୋଇ ତହସିଲ ଦାର ପାତ୍ରଙ୍କୁ ଘେରିଯାଇ ଦୁର୍ବ୍ୟବହାର କରିଥିବା ଦେଖିବ ।କୁ ମିଳିଥିଲା ।
ଖବର ପାଇ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଥାନା ଅଧିକାରୀଙ୍କୁ ମଧ୍ୟ ବ୍ୟବସାୟ ମାନେ ଯୁକ୍ତି ତର୍କ କରିବାକୁ ପଛାଇ ନ ଥିଲେ ।
ତେବେ ପରେ ଏସ ଡି ପି ଓ ମନୋଜ ପୂଜାରୀ ପହଞ୍ଚି ଉତ୍ତ୍ୟକ୍ତ ବ୍ୟବସାୟୀ ଙ୍କୁ ବୁଝାସୁଝା କରିଥିଲେ l ଜଣେ କର୍ତ୍ତବ୍ୟ ରତ ପଦସ୍ତ ସରକାରୀ ଅଫିସର ଙ୍କୁ ଏହିଭଳି ବ୍ୟବହାର କୁ ବିଭିନ୍ନ ମହଲ ରେ ତୀବ୍ର ନିନ୍ଦା କରାଯାଇଛି l

Leave a comment

Your email address will not be published. Required fields are marked *