#Breaking News #District

କନ୍ଧମାଳରେ ବିଜେଡି ସାଙ୍ଗଠନିକ ସମ୍ପାଦକ


ଫୁଲବାଣୀ (ସୁନୀଲ ପଟନାୟକ )
ସୋମବାର ବିଜେଡି ର ବରିଷ୍ଠ ନେତା ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିନିକିଆ କନ୍ଧମାଳ ଗସ୍ତ ରେ ଆସି ଫୁଲବାଣୀ ରେ ପହଂଚି ଥିଲେ l ଦାସ ଙ୍କୁ କନ୍ଧମାଳଦାୟୀତ୍ୱ ରଥିବା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଜେଡି ନେତା ବିଜୟ ନାୟକ, କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ, ଜିଲ୍ଲା ସଭାପତି ସରୋଜ କର୍ଣ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି ଉଦୟ ଗିରୀ ବିଧାୟକ ସାଲୁଗା ପ୍ରଧାନ, କ ନୂଆଗାଁ ର ବରିଷ୍ଠ ବିଜେଡି ନେତା, ସମାଜସେବୀ, ସଂଗଠକ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ,ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଛାତ୍ର ବିଜେଡି ସଭାପତି ସୁନୀଲ ସେଠି, ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ କହଁର, ମହିଳା ବିଜେଡି ସଭାନେତ୍ରୀ ପୁନମ କହଁର, ରାଜ୍ୟ ମହିଳା ଉପସଭାପତି ସୁଶ୍ରୀ ଅନିମା କହଁର, ଶିବ ପ୍ରସାଦ ତ୍ରିପାଠୀ, ମହମଦ
ୟାସୀନ ଙ୍କ ସମେତ ବହୁ ବିଜେଡି ନେତା କର୍ମୀ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏହି ଅବସରରେ ତୃଣ ମୁଳ ସ୍ତରରେ ବିଜେଡି ର ସଂଗଠନ ଯେପରି ମଜଭୁତ ହୋଇପାରିବ ଆଉ ଅଧିକ ରୁ ଅଧିକ ନୂତନ କର୍ମୀ ଙ୍କୁ ଦଳରେ ସାମିଲ କରିବା ପାଇଁ ସାଙ୍ଗଠନିକ ସମ୍ପାଦକ ଦାଶ ପରାମର୍ଶ ଦେଇଥିଲେ ଆଗାମୀ ସାଧାରଣ ନିର୍ବାଚନ ରେ ଦଳ ଯେପରି ପୂର୍ବାପେକ୍ଷା ଅଧିକ ବ୍ୟବଧାନ ରେ ବିଜୟ ଲାଭ କରିବ ସେଥିପ୍ରତି ସମସ୍ତ ନିର୍ବାଚନ ମଣ୍ଡଳୀ ର ନେତା ଓ କର୍ମୀ ମାନେ ଏକଜୁଟ ହୋଇ ନିଷ୍ଠା ଓ ଆନ୍ତରିକତା ର ସହ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ l
ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଦାସ ଙ୍କ ଏହି ଗସ୍ତ ନିଶ୍ଚିତ ଭାବେ ଦଳିୟକର୍ମୀ ଓ ନେତା ଙ୍କ ମନୋବଳ ବୃଦ୍ଧି କରିବା ସଂଗେ ସଂଗେ ବିଜେଡି ସଂଗଠନ କୁଅଧିକ ସୁଦୃଢକରିବାରେ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ବ୍ୟକ୍ତ କରିଛନ୍ତି l

Leave a comment

Your email address will not be published. Required fields are marked *