#Breaking News

ବାଲିଗୁଡାରେ ଅଜଣା ଗାଡି ଧକ୍କା ରେ ବାଇକ ଚାଳକ ମୃତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ମାରବାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି| ଘଟଣାରୁ ପ୍ରକାଶ ଯେ, ଶନିବାର ସନ୍ଧ୍ୟା ରେ ସାରଙ୍ଗଗଡ଼ ରୁ ଜଣେ ବାଇକ ଚାଳକ ବାଲିଗୁଡା ଅଭିମୁଖେ ଆସୁଥିବା ସମୟରେ ମାରବାଲି ନିକଟ ସବେଲୀ ଜଙ୍ଗଲ ଏକ ଅଜଣା ଗାଡି ଧକ୍କାରେ ଦୁର୍ଘଟଣା ଘଟି ମୃତ୍ୟୁ ଘଟିଛି | ମୃତ ବାଇକ ଚାଳକ ବାଲିଗୁଡା ଥାନା ବୁଡୁରୁକିଆ ଗ୍ରାମର ଏଲିୟ ଡିଗାଲ (35)ବୋଲି ଜଣା ପଡିଛି | ବାଇକ ନମ୍ବର ହେଲା ଓଡି-12-ଡି-5022 | ସେହି ରାସ୍ତା ଦେଇ ଯାଉଥିବା ଲୋକେ ଏହା ଦେଖି କ.ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଆମ୍ବୁଲାନ୍ସ କୁ ଖବର ଦେଇ ଡାକ୍ତରଖାନା ଆଣିଥିଲେ | ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ | କ.ନୂଆଗାଁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା କ.ନୂଆଗାଁ ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି |

Leave a comment

Your email address will not be published. Required fields are marked *