#Exclusive

ଇମ୍ରାନଙ୍କ ମତିଭ୍ରମ : କହିଲେ ୩୪ ପ୍ରତିଶତ ଭାରତୀୟଙ୍କ ଘରେ ଖାଇବାକୁ ନାହିଁ

ଇସଲାମାବାଦ୍ : କଥାରେ ଅଛି ଚାଲୁଣି କହୁଛି ଛୁଞ୍ଚିକି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ ଟ୍ବିଟରୁ। ବଡ଼ କୁହା ପାକିସ୍ତାନର ଆର୍ଥିକ ସ୍ଥିତିକୁ ନେଇ କାହାକୁ ଅଛପା ନାହିଁ। ଦେବାଳିଆ ଅବସ୍ଥାରେ ରହିଥିବା ପାକିସ୍ତାନ ଏବେ ମଧ୍ୟ ଭାରତ ବିପକ୍ଷରେ କହିବାରେ ବାଦ୍ ପଡୁନାହିଁ।
ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ଏକ ଟ୍ୱିଟ କରି ଲେଖିଛନ୍ତି ଯେ , ଭାରତ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଏବଂ ଆମେ ଭାରତକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛୁ। ଭାରତର ପ୍ରାୟ ୩୪ ପ୍ରତିଶତ ପରିବାର କୌଣସି ଆର୍ଥିକ ସାହାଯ୍ୟ ବିନା ଏକ ସପ୍ତାହରୁ ଅଧିକ ସମୟ ବଞ୍ଚି ପାରିବେ ନାହିଁ। ମୁଁ ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛି ବୋଲି ଇମ୍ରାନ କହିଛନ୍ତି।

Leave a comment

Your email address will not be published. Required fields are marked *