#Breaking News

ନୂତନ ଲମ୍ବି ପାଲି ଗ୍ରାମ ରେ ପ୍ରବେଶ ଉତ୍ସବ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ନୂତନ ଲମ୍ବି ପାଲି ଗ୍ରାମ ରେ ସମସ୍ତ ଗ୍ରାମ ବାସୀ ମାନେ ସ୍ବ ଗୃହ କୁ ପ୍ରବେଶ କରିଛନ୍ତି। ଏହି ଅବସରରେ ନୂଆ ଲମ୍ବିପାଲିରେ ନିକଟସ୍ଥ ଗ୍ରାମବାସୀ ମାନଙ୍କୁ ଗୃହ ଓ ଗ୍ରାମ ପ୍ରବେଶ ଉତ୍ସବ ପାଳନ ରେ ଯୋଗଦାନ ପାଇଁ ନିମନ୍ତ୍ରଣ କରିଥିଲେ। ଏହି ଉପଲକ୍ଷେ ଗ୍ରାମ ମଧ୍ୟ ଭାଗରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଆଜି ଅତାବିରା ବ୍ଲକ ଅନ୍ତର୍ଗତ ବଣପାହାଡ ଘେରା ସଂରକ୍ଷିତ ଜଙ୍ଗଲରେ ଥିବା ଲମ୍ବି ପାଲି ଗ୍ରାମ ବାସୀ ମାନେ ୭୭ବର୍ଷ ପରେ ପୁଣି ବିସ୍ଥାପିତ ହୋଇଥିଲେ। ଏଥର କିନ୍ତୁ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶନାରେ ଓ ଜିଲ୍ଲା ପ୍ରଶାସନର ତତ୍ପରତାରେ ସମସ୍ତ ବିସ୍ଥାପିତ ପରିବାରଙ୍କୁ ଟାଙ୍ଗରପଡା ମୈ।ଜାରେ ନୂତନ ଲମ୍ବି ପାଲି ଗ୍ରାମ ସ୍ଥାପନ କରାଯାଇଥିଲା। ଆଜି ସମସ୍ତ ଗ୍ରାମ ବାସୀ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ନୂତନ ଭାବେ ସ୍ଥାପିତ ଉକ୍ତ ଗ୍ରାମରେ ସରକାର ଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଜରିଆରେ ଆଜବେଷ୍ଟସ ଛାତ ପକ୍କା ଘର ସହ ବିଦ୍ୟୁତ,ପାନୀୟ ଜଳ,ଶୈଚାଳୟ,କମ୍ୟୁନିଟି ହଲ୍ ଆଦି ର ସୁବିଧା କରାଯାଇଛି।

Leave a comment

Your email address will not be published. Required fields are marked *