#Breaking News #Uncategorized

ପ୍ରବଳ ଝଡ ବର୍ଷାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ , ସଦର ମହକୁମା ରେ ରହି – ସତର୍କ ଦୃଷ୍ଟି ରଖିବାକୁ କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ


ଫୁଲ ବାଣୀ- (ସୁନୀଲ ପଟନୀୟକ) ୧୦ ରୁ ୧୪ ଯାଏ ପାଣିପାଗ ନିର୍ଦ୍ଦେଶକଙ୍କ ସୁଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରାରେ ବର୍ଷା ପବନ ସହ ବଜ୍ରପାତ , ଆଶଙ୍କା ଥିବା ରୁ ୧୪ ତାରିଖ ଯାଏ ଜିଲ୍ଲାର ବାଲିଗୁଡା ଓ ଫୁଲ ବାଣୀ ଉପଜିଲ୍ଲାପାଳ, ସମସ୍ତ ତହସିଲଦାର, ବିଡିଓ । ସିଡିପି ଓ.ଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଛ
ଛୁଟି ବାତିଲ କରିଛନ୍ତି । ସମସ୍ତେ ନିଜ ନିଜନିଜର ସଦର ମହକୁମାରେ ଉପସ୍ଥିତ ରହି ବର୍ଷା ଓ କ୍ଷୟ କ୍ଷତିଉପରେ ସତର୍କ ଦୃଷ୍ଟି ରଖିବାକୁ କନ୍ଧ ମାଳ ଜିଲ୍ଲାପାଳ ଡା. ବୃନ୍ଦାଡି ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ ଅବମାନନା କଲେ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଆବଶ୍ୟକ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।
ଏନେଇ କନ୍ଧମାଳ ଜିଲ୍ଲାପାଳ ଚିଠି ନ୨୧୪/୧୦/୦୬/୨୧ରେ ଜାରି କରିଥିବା ଜଣାପଡିଛି । .
ସମ୍ଭାବ୍ୟ ବର୍ଷା, ଓ ବନ୍ୟାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ଜଣାପଡିଛି।

Leave a comment

Your email address will not be published. Required fields are marked *