#Breaking News #District

ଫୁଲବାଣୀ ସମେତ ସମଗ୍ର କନ୍ଧମାଳ କୁ ଶୀତ ଛୁଇଁଲା


ଫୁଲବାଣୀ ( ସୁନୀଲ ପଟନାୟକ)
ଗତ ଦୁଇ ତିନି ଦିନ ହେଲା ଫୁଲବାଣୀ ସମେତ କନ୍ଧମାଳ କୁ ଶୀତ ଛୁଇଁଚି । ପାରଦ ମଧ୍ଯ ଦିନକୁ ଦିନ ଧୀରେ ଧୀରେ ଖସିବାରେ ଲାଗିଛି l ଫଳରେ ଥଣ୍ଡା ଅନୁଭବ ହେଉଛି lତା ସାଙ୍ଗକୁ ସକାଳ ଆଠ ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ସୋମବାର ଆଜି ଫୁଲବାଣୀରେ ତାପମାତ୍ରା ସତର ଡିଗ୍ରୀ ସେଲସିୟସକୁ ଖସିଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ପନ୍ଦର ଡିଗ୍ରୀ ସେଲ ସିୟସ ରେକର୍ଡ଼ କରାଯାଇଛିl
ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକୋ ସେପଟେ ସଞ୍ଜ ନଇଁବା କ୍ଷଣି ଏବେ ପୁଣି ଦୁଇ ଦିନ ହେଲା ଥଣ୍ଡା ମାଡି ଆସୁଛି।
ତେବେ ପର୍ଯ୍ୟଟନ ରୂତୁ ଆସୁ ଥିବାରୁ କନ୍ଧମାଳ ଜିଲାର ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକ ର ମରାମତି ଓ ସଫlସୁତୁରା କାମ ହେଉଥିବା ଜଣାପଡ଼ିଛି l
ଏବର୍ଷ ବର୍ଷା ଭଲ ହୋଇଥିବାରୁ ଥଣ୍ଡା ମଧ୍ଯ ଜୋର୍ ହେବାର ଆଶଙ୍କା ଥିବା ଅ ନୁମାନ କରାଯାଉଛି l

Leave a comment

Your email address will not be published. Required fields are marked *