#Uncategorized

ଫୁଲ ବାଣୀ ରେ ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ସଚେତନତା ରାଲି,


ଫୁଲବାଣୀ- (ସୁନୀଲ ପଟନାୟକ)
ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ବୁଧବାର ଫୁଲବାଣୀରେ ଏକ ସଚେତନତାରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲି କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ପତାକା ଦେଖା ଇ ଶୁଭାରମ୍ଭ କରିଥିଲେ।ରାଲିରେ ବିଭିନ୍ନ ସ୍ଲୋଗାନ ଦିଆଯାଇ ସହର ପରିକ୍ରମା କରିବା ସହ ଲୋକଙ୍କୁ ଯକ୍ଷ୍ମା ସଂପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।
ଆଗାମୀ ୨୦୨୫ ସୁଧା ଟି ବି ମୁକ୍ତ ଭାରତ ଗଢିବା ପାଇଁ ଲକ୍ଷ୍ୟର ଖାଯାଇଛି ଓ ଏଥିରେ ସମସ୍ତଙ୍କ ଆନ୍ତରିକ ସହ ଯୋଗ ରହିଲେ ଲକ୍ଷ୍ୟସାଧିତ ହୋଇପାରିବ ବୋଲି ଜିଲ୍ଲାପାଳ ଡା ,ବୁନ୍ଦାଡ଼ି ଭରଚୁଆଲ୍ ମୋଡରେ ଅନୁଷ୍ଠିତ ବୈଠକରେ ମତ ପ୍ରକାଶ କରିଥିଲେ ।

ଚଳିତ ୨୦୨୦ ରେ ଯକ୍ଷ୍ମା ସୁସ୍ଥତା ହାର ବୃଦ୍ଧିପାଇ ୯୧ ପ୍ରତିଶତ ରହିଛି । ସରକାର ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବାବଦକୁ ମାସକୁ ୫ ଶହ ଟଙ୍କା ଲେଖାଏ ପ୍ରଦାନ କରୁଥିବାବେଳେ ଚିକିତ୍ସା ଶେଷରେ ୭୫୦ ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାରେ ଗତ ବର୍ଷ ୧୦୨୮ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରାଯାଇ ମାଗଣା ଡଟସ ଔଷଧ ପ୍ରଦାନ କରାଯାଇଥିଲା।
ଜିଲ୍ଲାର ବିଭିନ୍ନ ସ୍ଥାନରେ୧୪ଟି କଫ ପରୀକ୍ଷା କେନ୍ଦ୍ର,୭ଟିଏକ୍ସରେ କେନ୍ଦ୍ର,୧ଟିସିବିନ।ଟ ପରି କ୍ଷ। କେନ୍ଦ୍ର କାର୍ଯ୍ୟକ୍ଷମ ରହିଥିବା ଜିଲ୍ଲାପାଳ ବୃନ୍ଦାଡ଼ି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ।ଯକ୍ଷ୍ମ । ଅଧିକାରୀ ଡା ପ୍ରଭାକର ସାହୁ, ଜିଲ୍ଲା ଜନ ସ୍ଵାସ୍ଥ୍ୟୁ ଅଧିକାରୀ ଡାକଲ୍ୟାଣୀ ମିଶ୍ର, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକମନୋରଂଜନ ସାହୁ, ଅଜିତ ତ୍ରିପୀଠୀ ପ୍ରମୁଖ ଙ୍କ ସମେତ ଏଏନଏମ ଓଜି,ଏନଏମ ଛାତ୍ରୀମାନେ ଯୋଗ ଦେଇଥିଲେ।

Leave a comment

Your email address will not be published. Required fields are marked *