ବସ ଯୋଗେ ଲୋକମାନଙ୍କ ପରିବହନକୁ ୭ଟି ରାଜ୍ୟର ବିରୋଧ, ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଦାବି

admin | April 30, 2020 | 65 views |0 | Exclusive

ନୂଆଦିଲ୍ଲୀ : ଭାରତ ସରକାର ଗତକାଲି ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ପର୍ଯ୍ୟଟକମାନଙ୍କୁ ଘରକୁ ଫେରିବାକୁ ଅନୁମତି ଦେଇଥିଲେ । ତେବେ ଏହାକୁ କେତେକ ରାଜ୍ୟ ବିରୋଧ କରିଛନ୍ତି । ଏସବୁ ରାଜ୍ୟ ହେଲେ ତେଲେଙ୍ଗାନା, କେରଳ, ତାମିଲନାଡ଼ୁ,ମହାରାଷ୍ଟ୍ର,ପଞ୍ଜାବ, ବିହାର ଓ ରାଜସ୍ଥାନ । ଏସବୁ ରାଜ୍ୟ କହିଛନ୍ତି ଯେ ସଡ଼କ ପଥରେ ହଜାର ହଜାର ଲୋକଙ୍କୁ ପରିବହନ କରିବା ସୁରକ୍ଷିତ ହେବ ନାହିଁ । ଏଥିପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଯିବା ଆବଶ୍ୟକ ।

ଆଜି କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଥିଲେ ଯେ ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଇବା ସଂପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ । ଏବେ କେବଳ ବସରେ ସେମାନଙ୍କ ପରିବହନ କରିବା ଲାଗି ଗାଇଡଲାଇନ ଜାରି ହୋଇଛି । ଗତକାଲି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ସର୍କୁଲାରରେ କୁହାଯାଇଛି ଯେ ରାଜ୍ୟ ସରକାରମାନେ ଏହି ଲୋକମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ନିଶ୍ଚିତ କରିବାକୁ ଜଣେ ଶୀର୍ଷ ଅଧିକାରୀ ବା ନୋଡାଲ ଅଫିସର ନିଯୁକ୍ତ କରିବା ଆବଶ୍ୟକ । ଏହି ଶୀର୍ଷ ଅଧିକାରୀ ହିଁ ଏହି କାର୍ଯ୍ୟର ତଦାରଖ କରିବେ । ପ୍ରଥମେ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଫେରିବାକୁ ଅନୁମତି ଦିଆଯିବ । ଯଦି ସେମାନେ କରୋନା ସଂକ୍ରମିତ ଥିବେ ସେମାନଙ୍କୁ ଫେରିବା ଅନୁମତି ଦିଆଯିବ ନାହିଁ ବୋଲି ଏହି ସର୍କୁଲାରରେ କୁହାଯାଇଛି ।

Share this

Related Posts

ଆଜି ଘର ଚଟିଆ ଦିବସ, ହେଲେ ଘର…

Udaya_Labanya | March 20, 2023 | 31 views |0

ହଜି ଗଲେଣି ଘର ଚଟିଆ, ଚାକ ଚକ୍ୟ ସହରୀ ସଭ୍ୟତା ମଧ୍ୟରେ ଆଉ ଚାଳ ଛପର ଘର ଦେଖିବାକୁ ମିଳୁନାହିଁ, ଏମାନଙ୍କ ବଂଶ ବୃଦ୍ଧିପାଇଁ ବନବିଭାଗ ମଧ୍ୟ ପଦକ୍ଷେପ ନେଉନାହିଁ, ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ଘରର ଛାତ ତଳେ…

ଆଠଗଡ ରେ ବଂଶ ପରମ୍ପରାର ନଜିର ନାହିଁ,…

Udaya_Labanya | March 15, 2023 | 158 views | 0

ଆଠଗଡ ( buro news )ଆଠଗଡ ତିଗିରିଆ ଏକ ଗଡଜାତ ମାଟି ଓ ସଂଗ୍ରାମୀ ମାଟି, ଏହି ବିପ୍ଲବୀ ମାଟିରୁ ଆରମ୍ଭ ହୋଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ, ପ୍ରଜା ମଣ୍ଡଳ ଆନ୍ଦୋଳନ ଯୋଗୁ ରାଜାବି ହଟିଥିଲେ ରାଜଗାଦି ରୁ ଓ ଆଠଗଡ…

Leave a Reply

Your email address will not be published. Required fields are marked *

Archives

Categories