#Breaking News #District

ଫୁଲବାଣୀ ସହର ର ଦୋକାନ ଘରୁ ୭୦ଟି ଗ୍ୟାସ ଜବତ


ଫୁଲବାଣୀ ( ସୁନୀଲ ପଟନାୟକ)
ଫୁଲବାଣୀ ସହର ର ଏକ ଅମଲାପଡ଼ା ଏକ ଦୋକାନ ଘରୁ ୭୦ଟି ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଜିଲ୍ଲା ଯୋଗାଣ ବିଭାଗ । କିଛି ଦିନ ହେଲା ଫୁଲବାଣୀ ସହରରେ ଗ୍ୟାସ୍ ସିଲିଣ୍ଡର ଅଭାବ ଦେଖା ଯାଇଥିବା ରୁ ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ର ମିଶ୍ରଙ୍କ ନେତୃତ୍ଵରେ ଗତ ସନ୍ଧ୍ୟା ସମୟରେ ବନ୍ଦ ରହିଥ‌ିବା ଦୋକାନ ଘରେ ଅଚାନକ଼୍ ଚଢ଼ାଉ କରାଯାଇଥିଲା। ବେଆଇନ ଭାବରେ ଗଛିତ ହୋଇଥିବା 70 ଟି ସିଲିଣ୍ଡର ଜବତ କରାଯାଇଛି। ବ୍ୟବସାୟୀଙ୍କୁ ତ୍ରିଲୋଚନ ଦାସ ଙ୍କୁ ଅଟକ ରଖି ପଚରା ଉଚୁରା କରିଛନ୍ତି ଯୋଗାଣ ଅଧିକାରୀ ମିଶ୍ର୍ l ଯୋଗାଣ ବିଭାଗ ଅଧିକାରୀ ଜ୍ଞାନେନ୍ଦ୍ର କୁମାର ମିଶ୍ର ଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା ସୋଚ ଟ ତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଏ ସବୁ ସମ୍ଭବ ହୋଇ ଥିବା କୁହାଯାଇଛି l
ଏହି ଚଢାଉରେ ଅତିରିକ୍ତ ଯୋଗାଣ ଅଧ୍ୟା କାରୀ ସୂର୍ଯ୍ୟ କୁମାର ପାଣିଗ୍ରାହୀ, ପି.ଭାର୍ଗବୀ, ଯୋଗାଣ ନୀରିକ୍ଷିକା କବିତା ରାଣୀ ବେହେରା ସାମିଲ ଥିଲେ |

Leave a comment

Your email address will not be published. Required fields are marked *