#Breaking News

୫ଟି ହାଇସ୍କୁଲ ପରିଦର୍ଶନ କଲେ ଖଜୁରୀପଡା ବ୍ଲକ ଅଧ୍ୟକ୍ଷl ଓ ବିଡ଼ିଓ


ଫୁଲବାଣୀ (ସୁନୀଲ ପଟନାୟକ )
ଗୁଣାତ୍ମକ ଶିକ୍ଷା ରେ ଯେପରି ଭିତ୍ତି ଭୂମି ବାଧକ ନ ହେବ ସେଥିପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ସ୍ମାର୍ଟ ସ୍କୁଲ ନିର୍ମାଣ କରିଛନ୍ତି l ତେଵେ ଏସବୁ ସ୍ମାର୍ଟ ସ୍କୁଲରେ କିଭଳିପାଠ ପଢା ଚାଲିଛି, ପିଲା କଣ ସବୁ ଶିଖିଲେଣି, ସରକାର ଙ୍କ ଲକ୍ଷ କେତେଦୂର ପୂରଣ ହେଇଛି, ସେସମ୍ପର୍କରେ ଜାଣିବାପାଇଁ ଖଜୁରୀପଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର,ବିଡ଼ିଓ ରବୀନ୍ଦ୍ର କହଁର, ସହକାରୀ ଯନ୍ତ୍ରୀ, ଜେ ଇ ଇଂ. ସନ୍ତୋଷିନୀ ସାହୁ, ପିଇ ଓମହେଶ ପଟନାୟକ ପ୍ରମୁଖ ଦୁତୀପଡ଼ା, ପିରିକୁଡି ସ୍କୁଲ ବୁଲିଦେଖି ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ lଛାତ୍ର ଛାତ୍ରୀ ମାନେ ବେଶ ଆଗ୍ରହ ସହକାରେ ପାଠ ପଢ଼ୁଥିବା କହିଥିଲେ l ଏଥିସହ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ମଧ୍ୟ ଆଲୋଚନା କରିବାସହ ନିଷ୍ଠା ଓଆନ୍ତରିକତାର ସହ ପାଠ ପଢ଼l ଇ ବାଲାଗି ପରାମର୍ଶ ଦେଇଥିଲେ l
ଅଧ୍ୟକ୍ଷା ଓବିଡ଼ିଓ ଙ୍କ ଏଭଳି କାର୍ଯ୍ୟ କୁ ଅବିଭାବକ ମାନେ ପ୍ରଶଂସା କରିଛନ୍ତି l

Leave a comment

Your email address will not be published. Required fields are marked *