#Breaking News

ବାଲିଗୁଡାରେ ବ୍ଲକ ସ୍ତରୀୟ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଫେନ୍ସି ଡ୍ରେସ୍ ପ୍ରତିଯୋଗିତା


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବ୍ଲକ୍ ସ୍ତରୀୟ ଫେନସି ଡ୍ରେସ୍ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଭିନ୍ନ ଭିନ୍ନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅଭିନୟ ରେ ଭାଗ ନେଇ ପ୍ରତିଯୋଗୀ ମାନେ ନିଜ ନିଜର ନିଖୁଣ ଅଭିନୟ ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରପତି ଭାବେ ପିତବାସ ନାୟକ ଅଶ୍ୱିନୀ ମିଶ୍ର ଓ ମଦନ ମୋହନ ପଣ୍ଡା ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ନିର୍ବାଚିତ କରିବା ସଙ୍ଗେ ସଙ୍ଗେ ଉତ୍ସାହିତ କରିଥିଲେ। ଉକ୍ତ ପ୍ରତିଯୋଗିତାର ଉଦଘାଟନ ଉତ୍ସବରେ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ଵର ମାଝୀ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା, ବୈକୁଣ୍ଠ ନାଥ ସେନାପତି , ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ସିଆରସିସି ମାନେ ଯୋଗ ଦେଇ ପ୍ରତିଯୋଗିତାକୁ ସଫଳତାର ସହିତ ଶେଷ କରିଥିଲେ। ଏହି ପ୍ରତିଯୋଗିତାରେ ସ୍ଥାନୀୟ ଦଣ୍ଡପଦର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଦୁର୍ଗାଦତ୍ତ ଷଡ଼ଙ୍ଗୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବନବାସୀ ଉ.ପ୍ରା. ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ମାନବ ଦିଗାଲ ଦ୍ୱିତୀୟ ସ୍ଥାନ ଓ ବ୍ଲକ୍ କଲୋନୀ ଉ.ପ୍ରା. ବିଦ୍ୟାଳୟର ଦ୍ଵିତୀୟ ଶ୍ରେଣୀ ଛାତ୍ର ଶୁଭମ ସ୍ରୀୟାଶୁ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ ପ୍ରତିଯୋଗୀ ମାନଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁରସ୍କାର ପ୍ରଦାନ କରି ସେମାନଙ୍କ ମନବଳ ବୃଦ୍ଧି କରିଥିଲେ।

Leave a comment

Your email address will not be published. Required fields are marked *