#Uncategorized

ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା ଦାବିରେ ଜିଲ୍ଲା ବିଜେପିର ଗଣଧାରଣା

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଓଡିଶା ସରକାରଙ୍କ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା ଦାବି ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛି ଜିଲ୍ଲା ବିଜେପି । କାମାକ୍ଷା ନଗର ମହାବିଦ୍ୟାଳୟରୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୁ ବେଆଇନ ଭାବେ ଦରମା ନେଉଥିବା ସହିତ କାମାକ୍ଷା ନଗର ମହାବିଦ୍ୟାଳୟର ପରିଚାଳନା କମିଟିରେ ଅଧ୍ୟକ୍ଷ ଥିବା ସମୟରେ ଦୁଇ କୋଟିରୁ ଅଧିକ ଟଙ୍କା ହେରଫେର ହେଇଥିବାର ଅଭିଯୋଗ କରି ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବିକରିଛି ଜିଲ୍ଲା ବିଜେପି । ଏହି ଘଟଣାକୁ ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣାରେ ବସିଥିଲେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତ୍ତନ ରାଜ୍ୟ ସଭା ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତ୍ତନ ସଦର ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁନୀଲ ଶର୍ମା, ଜିଲ୍ଲା ଓ.ବି.ସି. ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘନ ଜେନା, ଜିଲ୍ଲା ଉପସଭାନେତ୍ରୀ ଇତିଶ୍ରୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ମମତା ସ୍ୱାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏମ. ଜେ.ମହିମା ଏବଂ ଜିଲ୍ଲା ପଦାଧିକାରୀ ଓ ସମସ୍ତ ବିଜେପି କାର୍ଯ୍ୟକର୍ତା ମାନେ ଏହି ଗଣଧାରଣାରେ ସାମିଲ ହୋଇଥିଲେ ।

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *