#Breaking News

ନିସ୍ ରେ ଇଣ୍ଟର୍‌ନେଟ୍ ଅନ୍ ଥିଙ୍କ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର(ଉଲାପ୍ର) ମଦନପୁରସ୍ଥିତ ନିସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍‌ ଇଣ୍ଟର୍‌ନେଟ୍ ଅନ୍ ଥିଙ୍କ ଶିର୍ଷକ ଏକଆଡ୍‌ମିନିଷ୍ଟ୍ରେସନ ପରିସରରେ ଇଣ୍ଟର୍‌ନେଟ୍ ଅନ୍ ଥିଙ୍କ ଶିର୍ଷକ ଏକ ଜାତୀୟ ସେମିନାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼କ୍ଟର ଚିତ୍ତରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି, ଆଇଆଇଆଇଟି ଭୁବନେଶ୍ଵରର ପ୍ରଫେସର୍ ଡ଼କ୍ଟର ସୁରଜ ଶର୍ମା ମୁଖ୍ୟବକ୍ତା ଓ ନାକ୍ ବେଙ୍ଗାଲୁରୁର ପରାମର୍ଶଦାତା ପ୍ରଫେସର୍ ଡ଼କ୍ଟର ଅମିୟ କୁମାର ରଥ ସମ୍ମାନୀତ ଅତିଥ୍‌ ଭାବେ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ଇଣ୍ଟରନେଟ୍ ଭାବନା, ଉପଯୋଗିତା ଓ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନ ପାଇଁ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ନିସ୍ ପ୍ରତିଷ୍ଠାତା ସମ୍ପାଦକ ଡ଼କ୍ଟର ସୁଭାଷ ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ଦେବା ସହ ପ୍ରତିଟି ମୁହୂର୍ତ୍ତରେ ଇଣ୍ଟର୍‌ନେଟ୍ର ଆବଶ୍ୟକତା ସମ୍ପର୍କରେ ସାରଗର୍ଭକ ମତବ୍ୟକ୍ତ କରିଥିଲେ । ଏଥିରେ ଅନୁଷ୍ଠାନର ଡ଼ିନ୍ ପ୍ରଫେସର ବିଷ୍ଣୁ ପାଲ୍, ଉପନିର୍ଦ୍ଦେଶକ ଡ଼କ୍ଟର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଜଏଣ୍ଟ ରେଜିଷ୍ଟ୍ରର ପ୍ରଫେସର ଭବାନୀ ଶଙ୍କର ରଥ, ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟିନୀ, ଏମ୍‌ସିଏ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭାକର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ନିମନ୍ତ୍ରୀତ ଅତିଥୀ ମାନଙ୍କୁ ସହ ପ୍ରତିଷ୍ଠାତା ପ୍ରଫେସର ସ୍ମୃତିସୁଧା ନାୟକ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ । ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା୍ କମ୍ପୁଟର ସାଇନ୍ ସ ଓ ଆଇଟି ବିଭାଗର ଛାତ୍ରଛାତ୍ରୀମାନେ ଯୋଗଦେଇ ପରିବେଶକୁ ଉତ୍ସବମୁଖରିତ କରିଥିଲେ ।

Leave a comment

Your email address will not be published. Required fields are marked *