#Uncategorized

ସଂକ୍ଷେପରେ ଖବର ଉଦୟ ଲାବଣ୍ୟ

୧-କଂଗ୍ରେସର ବନ୍ଦ ଡ଼ାକରା: ଆଜି ସକାଳ ୭ ରୁ ୧ ପର୍ଯ୍ୟନ୍ତ ୬ ଘଣ୍ଟା ବନ୍ଦ ।

୨-କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ନେଇ ଘୋଷଣା କରିବା ପରେ ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ଥ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ବନ୍ଦରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

୩-କେରଳରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

୪-ଓଡିଶା ପାଇଁ ଗର୍ବ ଆଣିଲା ଲାଲଚାନ୍ଦ ଜୁଏଲର୍ସ । ଇଣ୍ଡିଆଜ ମୋଷ୍ଟ ପ୍ରୋମିନେଂଟ ଇଣ୍ଡିଆନ୍ ଆଇକନ୍ ଆୱାର୍ଡ-୨୦୨୧ରେ ସମ୍ମାନିତ ହେଲା ।

୫-ଦିଲ୍ଲୀରେ ପଡିଲା ଉତ୍ତରାଖଣ୍ଡ ହୀମସ୍ଖଳନର ପ୍ରଭାବ, ପାଣି ପାଇଁ ରାଜଧାନୀରେ ହାହାକାର ।

୬-ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ବଦୋଦରାର ନିଜାମପୂରା ସ୍ଥିତ ମେହସାନାନଗରରେ ରବିବାର ସନ୍ଧ୍ୟାରେ ଏକ ଜନ ସମାବେଶକୁ ସମ୍ବୋଧିତ କଲା ବେଳେ ଚେତାଶୂନ୍ୟ ହୋଇପଡ଼ଥିଲେ।

୭-ଅଧିକ ୫୦ଟଙ୍କା ମହଙ୍ଗା ହେଲା LPG ଗ୍ୟାସ୍ ସିଲିଣ୍ଡର ।

୮-ମମତାଙ୍କ ବଡ଼ ଘୋଷଣା : କଲିକତାରେ ଆରମ୍ଭ କରିବାକୁ ଯାଉଛନ୍ତି ୫ ଟଙ୍କାରେ “ମା କୀ ରସୋଈ “ ।

୯-୧୬ ତାରିଖ (ସୋମବାର-ମଙ୍ଗଳବାର) ମଧ୍ୟରାତ୍ରୀରୁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ ହେବ। ନହେଲେ ୪ ଚକିଆ ଗାଡ଼ି ଟୋଲ୍ ପ୍ଲାଜା ଅତିକ୍ରମ କରିବା ବେଳେ ଦୁଇ ଗୁଣା ଶୁଳ୍କ ଦେବାକୁ ପଡ଼ିବ।

୧୦-ଉତ୍ତରାଖଣ୍ଡ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି ।

୧୧-ନୂଆ କରୋନା ଭୂତାଣୁ ଚିହ୍ନଟ ହେବା ପରେ ନ୍ୟୁଜିଲାଣ୍ଡର ସବୁଠୁ ବଡ଼ ସହର ଅକଲାଣ୍ଡକୁ ଲକଡାଉନ୍ କଲେ ସରକାର

୧୧-ମାଟ୍ରିମୋନିରେ ସାଥି ଖୋଜୁଛନ୍ତି ୯୨ ପ୍ରତିଶତ ଭାରତୀୟ ସିଙ୍ଗଲ୍‌: ଭାଲେଣ୍ଟାଇନ୍‌ ଡେ’ ସର୍ଭେ ।

୧୨-ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ଆସିଲା ଟ୍ରକ୍ ଅପରେଟରଙ୍କ ପ୍ରତିକ୍ରିୟା, ସରକାରଙ୍କୁ ୧୪ ଦିନିଆ ଅଲ୍ଟିମେଟମ ।

୧୩-ତୈଳଦର ବୃଦ୍ଧି ପ୍ରସଙ୍ଗରେ ସଂଜୟ ଦାସବର୍ମାଙ୍କ ଦାବି : ବର୍ଦ୍ଧିତ ସେସ୍ ପ୍ରତ୍ୟାହାର କରୁ କେନ୍ଦ୍ର ।

୧୪-ଚେନ୍ନାଇର ଏମ୍‌ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଜାରି ରହିଥିବା ଭାରତ ଏବଂ ଇଂଲଣ୍ଡର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇଂନିସରେ ଭାରତର ୩୨୯ ରନ୍‌ ଜବାବରେ, ମାତ୍ର ୧୩୪ ରନ୍‌ କରି ପାରିଛି ଭ୍ରମଣକାରୀ ଇଂଲଣ୍ଡ ଦଳ ।

୧୫–ଦେଶର ପ୍ରଥମ ସିଏନ୍‌ଜି ଟ୍ରାକ୍ଟର ଶୁଭାରମ୍ଭ : ଚାଷୀଙ୍କ ଆୟରେ ବୃଦ୍ଧି ଘଟିବା ସହ ଗ୍ରାମାଂଚଳରେ ରୋଜଗାର ବଢିବ-ଧର୍ମେନ୍ଦ୍ର ପ୍ରଧାନ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *