#Exclusive

ସ୍ଵେଚ୍ଛାକୃତ ଭାବେ ବିଦ୍ୟାଳୟ ପରିସର ସଫା କରୁଛନ୍ତି ପ୍ରବାସୀ ।

ଗଞ୍ଜାମ (୧୧/୦୫/୨୦) (ବ୍ୟୁରୋ) : ହାଇଦ୍ରାବାଦ ରୁ ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ବିଭିନ୍ନ ସଂଗରୋଧ ଗୃହରେ ରଖାଯାଇଛି । ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମିରିଗିଲେଣ୍ଡି ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଥିବା ସଂଗରୋଧ କେନ୍ଦ୍ରରେ ସମସ୍ତ ପ୍ରବାସୀଙ୍କୁ ଆଜି ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

ପ୍ରାତଃରୁ ସମସ୍ତ ପ୍ରବାସୀ ଶୌଚ ସାରି ବିଦ୍ୟାଳୟର ଖେଳ ପଡିଆରେ ସାମାଜିକ ଦୂରତା ଅବଲମ୍ବନ କରି ଯୋଗ, ପ୍ରାଣାୟାମ ଆଦି କରିଥିଲେ । ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ବେଗୁନିଆପଡ଼ା ର ଖେଳ ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗରିବ ନାୟକ,

ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ଗୌଡ଼, ସୁବାଷ ଚନ୍ଦ୍ର ସାହୁ, ସୌମେନ୍ଦ୍ର ହରିଚନ୍ଦନ, ଅଙ୍ଗନବାଡି କର୍ମୀ ରୀତୁରାଣି ପାଣ୍ଡେ, ଝରଣା ମହାରଣା, ରଞ୍ଜୁ ବେହେରା, ସି ଆର୍ ପି ଦୁନିଆ ଗଉଡ, ଏମ୍ ବି କେ, ଆଶା କର୍ମୀ ଉତ୍ତମ ଗଉଡ, ସ୍ଵେଚ୍ଛାସେବୀ ରାଧା କାନ୍ତ ଗଉଡ,ସ୍ୱାସ୍ଥ୍ୟ ନିରୀକ୍ଷଣ ଅଧିକାରୀ ରାଜେନ୍ଦ୍ର କୁମାର ସେଠୀ, ସରପଞ୍ଚ ପ୍ରତିନିଧି ଅକ୍ଷୟ କୁମାର ପ୍ରଧାନ ସମେତ ଅନ୍ୟ ମାନେ ପ୍ରମୁଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।ସେହିପରି ଉକ୍ତ ସଂଗ ରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀ ମାନେ ସ୍ଵଇଚ୍ଛାରେ କୋଡି, କୋଦଳା ଆଦି ଧରି ବିଦ୍ୟାଳୟ ପରିସରକୁ ମଧ୍ଯ ସଫା ସୁତୁରା କରୁଛନ୍ତି ଏବଂ ସେଠାରେ ଥିବା ବିଭିନ୍ନ ଗଛର ମଧ୍ଯ ଯନ୍ନ ନେଉଛନ୍ତି ।

Leave a comment

Your email address will not be published. Required fields are marked *