#Exclusive

ଆଠଗଡ ଯୁବ କଂଗ୍ରେସ ତରଫରୁ ଅମିତ ଶାହାଙ୍କ ଗସ୍ତକୁ ବିରୋଧ କରି କୁଶ ପୁତ୍ତଳିକା ଦାହ ।

ଆଠଗଡ : ଭାରତର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଜି ଓଡିଶା ଗସ୍ତ ରେ ଆସୁଥିବାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ପକ୍ଷରୁ ପ୍ରତି ନିର୍ବାଚନମଣ୍ଡଳୀ ରେ ଅମିତ ଶାହା ଙ୍କ କୁଶପୁତଳିକା ଦାହ ନିର୍ଦେଶ କରାଯିବାର କାର୍ଯ୍ୟକ୍ରମ ରହିଥିଲା ! ଆଜି ଆଠଗଡ ବିଧାନସଭା ଯୁବ କଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ପକ୍ଷରୁ ଆଠଗଡ ପୁରୁଣା ବସଷ୍ଟାଣ୍ଡ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ଅମିତ ସାହା ଗୋ ବ୍ୟାକ ବି ଜେ ପି ଡାଉନ ଡାଉନ ସ୍ଳୋଗାନ ଦେଇଥିଲେ ।

ଦିଲ୍ଲୀ ରେ ଏବେ ଯେଉଁ ଦଙ୍ଗା ସୃଷ୍ଟି କରାଯାଇଛି ଓ ଦିଲ୍ଲୀ ପୋଲିସ ମୁକ ପରି ଛିଡ଼ାହୋଇଥିଲେ, ଏଥିରୁ ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ଗୃହବିଭାଗ ଏହି ଦଙ୍ଗା କୁ ବଢେଇବାର ପ୍ରତ୍ୟକ୍ଷ ଓ ପରକ୍ଷୋ ଭାବରେ ସମର୍ଥନ ରହିଛି । ଯାହା ଫଳରେ ଦେଶ ର ରାଜଧାନୀ ଦିଲ୍ଲୀ ଆଜି ଅଶାନ୍ତମୟ ହୋଇଯାଇଛି ଓ ୩୫ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ପ୍ରାଣ ହାନୀ ଘଟିଛି। ଦିଲ୍ଲୀ ର ଏହି ଦଙ୍ଗା ଘଟଣା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ କଂଗ୍ରେସ ଦଳ ଦାୟୀ କରିବା ସହିତ ଇସ୍ତଫା ଦାବି କରୁଛି।

Leave a comment

Your email address will not be published. Required fields are marked *