#Breaking News

ଗୋ ହତ୍ୟାକୁ ନେଇ ମା ହା ସିଂ ରେ ଉତ୍ତେଜନା


ଫୁଲବାଣୀ -4/10/21(ସୁନୀଲ ପଟନାୟକ ) – କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହସିଂ ଗାଁ ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ll ଆଜି ଏକ ଗୋ ହତ୍ୟାକୁ ନେଇ ଉତ୍ତେଜନା ଦେଖାଦେଇଛି l ଗତ ରାତିରେ କେହି ଦୁର୍ବୁତ୍ତ ମହlସିଂ ଗ୍ରାମ ପଞ୍ଚାୟତ ର ରାସ୍ତା କଡରେ ଗୋଟିଏ ଗୋରୁର ଗୋଟିଏ ଗୋଡ଼କୁ କାଟିନେଇ ଯାଇଥିବାରୁ ଗୋରୁର ମୃତ୍ୟୁ ଘଟିଛି l ସକାଳୁ ସକାଳୁ ଉକ୍ତ ଘଟଣା ପ୍ରଘଟ ହେବା ପରେ ଗାଁ ରେ ଚାପl ଉତ୍ତେଜନା ଦେଖାଦେଇଛି ଘଟଣା ସ୍ଥଳରେ ବାଲିଗୁଡା ଥାନା ପୋଲିସ ପହଞ୍ଚି ଗୋରୁର ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି l ଘଟଣା ସ୍ଥଳରେ ହିନ୍ଦୁପୁତ୍ର ସଂଗଠନ ର ସଦସ୍ୟମାନେ ପହଞ୍ଚି ଗୋ ହତ୍ୟାକାରୀ ଙ୍କୁ ପୋଲିସ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁରେଶ କୁମାର ପତି, ହିନ୍ଦୁପୁତ୍ର ସଂଗଠନ,ଓ ଜିତେନ୍ଦ୍ର ପାତ୍ର,ଅନ୍ତରାଷ୍ଟୀୟ ହିନ୍ଦୁ ପରିଷଦର ସମ୍ପାଦକଦାବୀ କରଛନ୍ତି l

Leave a comment

Your email address will not be published. Required fields are marked *