#Breaking News

ଗାନ୍ଧୀ ଜୟନ୍ତୀ ଅବସରରେ ଆଜାଦୀର ଅମୃତ ମହୋତ୍ସବ – ୨୦୨୧ ପାଳିତ

ଢେଙ୍କାନାଳ(୦୨.୧୦.୨୦୨୧)ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ପୌରପାଳିକା ପକ୍ଷରୁ ଆଜାଦୀର ଅମୃତ ମହୋତ୍ସବ – ୨୦୨୧ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ , ଗାନ୍ଧିଜୀ ସତ୍ୟ , ଅହିଂସା , ନିଜର ଅଦମ୍ୟ ସାହସ ଓ ନିଷ୍ଠା ବଳରେ ଦେଶବାସୀଙ୍କୁ ଏକଜୁଟ କରି ସ୍ୱାଧୀନତା ଆଣିପାରିଥିଲେ ବୋଲି ପ୍ରକାଶ କରିଛନ୍ତି । ସରସ ସୁନ୍ଦର କରି ଢେଙ୍କାନାଳର ସର୍ବାଙ୍ଗୀନ ଉନ୍ନତି ବିଧାନ ନିମନ୍ତେ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ସଂଘ ଗଠନ କରାଯିବ ସେ ବୋଲି କହିଛନ୍ତି । ଏଥିପାଇଁ ସାମୁହିକ ଉଦ୍ୟମ ଓ ସହଯୋଗ ଆବଶ୍ୟକ ବୋଲି ସେ ମତ ବ୍ୟକ୍ତ କରିଛନ୍ତି । କର୍ମ ହିଁ ଜୀବନ । ଉଚ୍ଚକୋଟିର ବିଚାରଧାରା , ଶୃଙ୍ଖଳିତ ଜୀବନଚର୍ଯ୍ୟା ଗାନ୍ଧିଜୀଙ୍କୁ ମହାନ କରିପାରିଥୁଲା ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ ମତବ୍ୟକ୍ତ କରିଥିଲେ । ସମସ୍ତେ କରୁଣାମୟ , ଦୟାବାନ ହୁଅନ୍ତୁ ବୋଲି ଆଶାବ୍ୟକ୍ତ କରିଥିଲେ । ଉତ୍ସବରେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ରଥ , ବାର ଆସୋସିଏସନର ସଭାପତି ଶ୍ରୀ ସଞ୍ଜୟ କୁମାର ମିଶ୍ର , ସ୍ବଚ୍ଛ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଶ୍ରୀ ରାଜକିଶୋର ବେହେରା , ଶ୍ରୀ ଓମ ପ୍ରକାଶ ସାବନ , ଶ୍ରୀ ଭାବଗ୍ରାହୀ ପଣ୍ଡା , ଶ୍ରୀ ଅମିୟ କୁମାର ଚାନ୍ଦ ପ୍ରମୁଖ ଢେଙ୍କାନାଳ ଜିଲ୍ଲାର ଐତିହ୍ୟ , ପରମ୍ପରା , ସଂସ୍କୃତିର ବିକାଶ ସହିତ ଏହାକୁ ଏକ ବିକଶିତ ଓ ସମୃଦ୍ଧ ଜିଲ୍ଲାରେ ପରିଣତ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ପ୍ରାରମ୍ଭରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ ଜିଲ୍ଲାକୁ ସ୍ୱଚ୍ଛ ଓ ସରସ ସୁନ୍ଦର କରି ଗଢି ତୋଳିବାକୁ ଢେଙ୍କାନାଳ ପୌର ପାଳିକା ପକ୍ଷରୁ ନିଆଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କର୍ତ୍ତବ୍ୟ ପରାୟଣ ସ୍ବଚ୍ଛ ସାଥ , ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ବର୍ଜ୍ୟ ବସ୍ତୁରୁ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରିପାରିଥିବା ଗୃହିଣୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ପୌର ଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

Your email address will not be published. Required fields are marked *