#Breaking News

ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ

ନରସିଂହପୁର,ଭାରତ ସରକାର ଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ କଟକ ଜିଲ୍ଲା ଜଳ ଜୀବନ ମିଶନ ଜରିଆରେ ନରସିଂହପୁର ବ୍ଲକ ପିଠଖାଇ ଗ୍ରାମରେ ପ୍ରଥମ ଥର ପାଇଁ ୱାର୍ଡମେମ୍ବର ହାଡିବନ୍ଧୁ ନାୟକଙ୍କ ସଭାପତିତ୍ବରେ ଏକ ପନ୍ଦର ଜଣିଆ କମିଟି ଗଠନ ର ଶୁଭାରମ୍ଭ ହୋଇଅଛି। ଗ୍ରାମର ପ୍ରତ୍ୟେକ ପରିବାରକୁ ପାନୀୟଜଳ ର ସୁବ୍ୟବସ୍ଥା କରାଯିବା ନିମନ୍ତେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ସାମାଜିକ କର୍ମୀ ତଥା ଆଇନଜୀବୀ ଦେବଦତ୍ତ ମଳୟ କୁମାର ବରାଳ, ପଞ୍ଚାୟତ ସଂଯୋଜକ ଅମିନ କୁମାର ନାୟକ, କୃଷ୍ଣ ପ୍ରସାଦ ନାୟକ, ବିକାଶ କୁମାର ବାରିକ ଓ ପ୍ରବର୍ତ୍ତକ ଅରୁଣ କୁମାର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *