#Breaking News #District

ଫିରିଙ୍ଗିଆ ଥାନା ପୋଡି ଘଟଣାର ଅନୁଧ୍ୟାନ କଲେ ଫୁଲବାଣୀ ବିଧାୟକ

.

ଫୁଲବାଣ (ସୁନୀଲ ପଟନାୟକ)

ସୋମବାର ଫିରିଙ୍ଗିଆ ଥାନା ପୋଡି ଘଟଣାର ଅନୁଧ୍ୟାନ କରିବା ସହ ଏଭଳି ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଥିଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ।
ବିଧାୟକ କହଁର ଫିରିଙ୍ଗିଆ ଥାନାରେ ପହଞ୍ଚି ଥାନା ପରିସର ବୁଲି ଦେଖିବା ସହ କାହିଁକି ଓ କେଉଁ ପରିସ୍ଥିତିରେ ଥାନା ପୋଡି ସହ ପୋଲିସ କୁ ଆକ୍ରମଣ ଭଳି ଅଭାବନୀୟ ଘଟଣା ଘଟିଲା ସେ ନେଇ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । । ଏହି ଘଟଣାରେ ଯେଉଁ ମାନେ ଅଭିଯୁକ୍ତ ରହିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ବିଧାୟକ କହିଛନ୍ତି। ଗଞ୍ଜେଇ ମାଫିଆ ,ଚାଷୀ ଓ ପୋଲିସ ମଧ୍ୟରେ ନିଶ୍ଚିତ ଭାବରେ କିଛି ବୁଝାବଣା ଅଭାବ ରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେ କହିଥିଲେ ।
ଏହି ଘଟଣାରେ ରାଜନୈତିକ ଅଭିସନ୍ଧି ନାହିଁ ଆଉ କିଏ ସଂପୃକ୍ତ ଅଛନ୍ତି ସେ ସଂପର୍କରେ ସେ .ଜାଣିନ ଥିବା କହିଛନ୍ତି ।

Leave a comment

Your email address will not be published. Required fields are marked *